fbpx

‘ବ୍ରହାସ୍ତ୍ର’ରୁ ଆସିଲା ଅମିତାଭଙ୍କ ଫାଷ୍ଟ ଲୁକ୍, ଗୁରୁ ରୂପରେ ନଜର ଆସିଲେ ବିଗ ବି

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି ସିନେପ୍ରେମୀ । ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରଏ ଏବଂ ନାଗାର୍ଜୁନ ଅକ୍କିନେନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ତିନି ଭାଗରେ ରିଲିଜ୍ ହେବ । ଫିଲ୍ମର ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବ । ନିକଟରେ ଫିଲ୍ମରେ ଏକ ଟିଜର ମଧ୍ୟ ରିଲିଜ୍ ହୋଇଥିଲା । ଆଉ ଏବେ ଫିଲ୍ମରୁ ଅମିତାଭଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ଚରିତ୍ରକୁ ଗୁରୁ ଭାବରେ ଦର୍ଶାଯାଇଛି ।

ଅୟାନ ମୁଖାର୍ଜୀ ଫିଲ୍ମରେ ଅମିତାଭଙ୍କୁ ଜଣେ ଗୁରୁ ଭାବରେ ଉପସ୍ଥାପିତ କରିଛନ୍ତି । ଫିଲ୍ମର ପୋଷ୍ଟରରେ ବିଗ ବି ପ୍ରଭାସ୍ତ୍ର ଉଠାଇଥିବାର ନଜର ଆସିଛନ୍ତି । ଆୟନ ମୁଖାର୍ଜୀ ଏହି ଫୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ଗୁରୁ ଏବଂ ତାଙ୍କର ପ୍ରଭାସ୍ତ୍ର । ସେ ଆହୁରି ଲେଖିଛନ୍ତି ଯେ ଅମିତାଭ ବଚ୍ଚନଙ୍କୁ ପ୍ରାଚୀନ ଏବଂ ମଡର୍ଣ୍ଣ ଇଣ୍ଡିଆର ଏହି ତାଳମେଳ ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଅୟାନ ମୁଖାର୍ଜୀ କହିଛନ୍ତି ଯେ ଅମିତାଭ ବଚ୍ଚନଙକ୍ ସାଥ୍ ମିଳିବା ସୌଭାଗ୍ୟର କଥା । ଆଜି ଆମେ ଆମର ଗୁରୁଙ୍କ ପୋଷ୍ଟର ଲଞ୍ଚ କରୁଛୁ, ମୋର ହୃଦୟ ରୋମାଞ୍ଚ ଏବଂ ସମ୍ମାନରେ ଭରିଯାଇଛି ।

ନିକଟରେ ଫିଲ୍ମର ଏକ ଟିଜର ଜାରି କରାଯାଇଥିଲା ଯେଉଁଥିରେ ସଂପୂର୍ଣ୍ଣ ଷ୍ଟାର କାଷ୍ଟର ଏକ ଝଲକ ନଜର ଆସିଥିଲା । ଏହି ସମୟରେ ଏହା ମଧ୍ୟ ଘୋଷଣା ହୋଇଥିଲା ଯେ ଫିଲ୍ମର ଅଫିସିଆଲ ଟ୍ରେଲର ୧୫ ଜୁନରେ ରିଲିଜ ହେବ । ଏହି ଫିଲ୍ମ ଉପରେ ୨୦୧୪ ରୁ କାମ ଆରମ୍ଭ ହୋଇଥିଲା । ଏହାକୁ ଧର୍ମା ପ୍ରୋଡକ୍ସନ ବ୍ୟାନରେ ପ୍ରସ୍ତୁତ କରାଯାଇଛି । ‘ବ୍ରହ୍ମାସ୍ତ୍ର’ ୯ ସେପ୍ଟେମ୍ବରରେ ରିଲିଜ୍ ହେବ । ଏହା ହିନ୍ଦୀ ସହ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ୍ ହେବ ।

 

View this post on Instagram

 

A post shared by Ayan Mukerji (@ayan_mukerji)

Get real time updates directly on you device, subscribe now.