fbpx

ନିର୍ବାଚନ ପ୍ରଚାର ସମୟରେ ସାଂସଦଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Advertisement

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଆର୍‌ଏସ୍ ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେ ସିଦ୍ଦିପେଟରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କୁ କେହି ଛୁରୀ ଭୁସି ଦେଇଛି । ଏହି ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଏବେ ସେ ସୁରକ୍ଷିତ ଅଛନ୍ତି । ଏହି ଘଟଣା ଦୌଲତାବାଦ ମଣ୍ଡଳର ସୁରମପଲ୍ଲୀ ଗାଁରେ ଘଟିଛି । ଏବେ ତାଙ୍କୁ ଚିକିତ୍ସା ଲାଗି ଗଜୱେଲ ସ୍ଥାନାନ୍ତରୀତ କରିଦିଆଯାଇଛି । ଏହି ଘଟଣା ସହ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ସିଦ୍ଦିପେଟ କମିଶନର ଏନ୍ ଶ୍ୱେତା କହିଛନ୍ତି ଏହି ଆକ୍ରମଣ ଘଟଣାର ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ଉପସ୍ଥିତ ଜନତା ଆକ୍ରମଣକାରୀକୁ କାବୁ କରି ନେଇ ଜୋରଦାର ପିଟିଥିଲେ । ଏହାପରେ ଅଭିଯୁକ୍ତକୁ ପୋଲିସ ହାତରେ ଦେଇଥିଲେ । ପୋଲିସ ଅଭିଯୁକ୍ତର ପରିଚୟ ପାଇଛି । ଅଭିଯୁକ୍ତର ନାମ ରାଜୁ ହୋଇଥିବା ବେଳେ ସେ ସ୍ଥାନୀୟ ଏକ ସମାଚାର ଆପ୍‌ରେ ରିପୋର୍ଟର ଭାବରେ କାମ କରୁଥିଲା । ଏବେ ଏକ ୟୁଟ୍ୟୁବ ଚ୍ୟାନେଲ ଲାଗି କାମ କରୁଛି ।

Get real time updates directly on you device, subscribe now.