BSNLର ଦୀପାବଳି ଅଫର! ଦିନକୁ ମାତ୍ର 6 ଟଙ୍କା, ବର୍ଷେ ଟେନସନ୍ ଫ୍ରି

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ଦୀପାବଳିରେ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛି । କମ୍ପାନୀ ଏଭଳି ଏକ ରିଚାର୍ଜ ପ୍ଲାନ ଆଣିଛି ଯେଉଁଥିରେ ଉପଭୋକ୍ତାମାନେ 395 ଦିନର ବୈଧତା ପାଇବେ । ଏହାର ଦାମ୍ 3,599 ଟଙ୍କା ରହିଛି । BSNL ବ୍ୟତୀତ ଅନ୍ୟ କୌଣସି ଟେଲିକମ୍ କମ୍ପାନୀ ଏତେ ଶସ୍ତାରେ ରିଚାର୍ଜ ପ୍ଲାନ ପ୍ରଦାନ କରନ୍ତି ନାହିଁ । ବିଏସଏନଏଲର ଏହି ପ୍ଲାନ ସହିତ ଜିଓ ଏବଂ ଏୟାରଟେଲ ପରି କମ୍ପାନୀଗୁଡିକ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଯଦି ଦୈନିକ ଖର୍ଚ୍ଚ କଥା ଦେଖିବା ତାହେଲେ ଦିନକୁ ମାତ୍ର 6ଟଙ୍କା 57 ପଇସା ହେବ ।

3599 ଟଙ୍କାର ରିଚାର୍ଜ ପ୍ଲାନରେ ପ୍ରତିଦିନ ଅନଲିମିଟେଡ୍ କଲିଂ ସୁବିଧା ମିଳିବ । ଏହାସହିତ ପ୍ରତିଦିନ 2ଜିବି ଡାଟା ମଧ୍ୟ ମିଳିବ । ତେବେ ଏହି ଡାଟା ସରିଗଲେ ମଧ୍ୟ ନେଟ ବନ୍ଦ ହେବ ନାହିଁ । 40kbps ନେଟ୍ ଚାଲିବ । ଦିନକୁ 100 ଏସଏମଏସ ସୁବିଧା ସହିତ ଗେମ, ମ୍ୟୁଜିକ ଏବଂ ଏଣ୍ଟରଟେନମେଣ୍ଟ ସୁବିଧା ମଧ୍ୟ ମିଳିବ । ଜିଓ ପ୍ଲାନରେ ଅନଲିମିଟେଡ୍ 5ଜି ଡାଟାର ସୁବିଧା ମିଳିବ । କିନ୍ତୁ ଅଧିକ ଦିନର ବୈଧ ପ୍ଲାନ ପାଇଁ ବିଏସନାଲ ସବୁଠାରୁ ଭଲ ବୋଲି କୁହାଯାଇଛି । ଅନ୍ୟପଟେ ଯଦି ଦେଖିବା ଜିଓରେ 5ଜି ସୁବିଧା ରହିଥିଲେ ହେଁ  ଦାମ୍ ସହିତ ବୈଧତା ପାଇଁ ଆଗରେ ରହିଛି ବିଏସନାଲ୍ ।