fbpx

୧୦୦ ଟଙ୍କାରୁ କମ ମୂଲ୍ୟରେ ବିଏସଏନଏଲର ଆକର୍ଷଣୀୟ ଅଫର; ଜାଣନ୍ତୁ କଣ ରହିଛି ସୁବିଧା

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ ପକ୍ଷରୁ ୧୦୦ ଟଙ୍କରୁ କମ୍ ମୂଲ୍ୟର ଆକର୍ଷଣୀୟ ରିଚାର୍ଜ ଅଫର ଲଞ୍ଚ କରାଯାଇଛି । ଏହା ସହିତ କମ୍ପାନୀ ପକ୍ଷରୁ ୬୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନର ବୈଧତା ମଧ୍ୟ ବଢାଇ ଦିଆଯାଇଛି । ୧୦୦ ଟଙ୍କାରୁ କମ ମୂଲ୍ୟରେ ବିଏସଏନଏଲ୍ ପକ୍ଷରୁ ଦୁଇଟି ପ୍ଲାନ ଲଞ୍ଚ କରାଯାଇଛି । ଏହି ଦୁଇଟି ଯାକ ରିଚାର୍ଜ ସ୍ପେସିଆଲ ରିଚାର୍ଜ ବର୍ଗରେ ଆସୁଛି । ଏହି ରିଚାର୍ଜ ଦ୍ୱାରା ମାଗଣା କଲ୍ ମିନିଟ୍, ଡାଟା ସହିତ ବୈଧତା ମଧ୍ୟ ମିଳିବ ।

୭୫ ଟଙ୍କାର ରିଚାର୍ଜରେ ୬୦ ଦିନର ବୈଧତା ସହିତ ୨ ଜିବିର ଡାଟା ଏବଂ ୧୦୦ ମିନିଟର କଲ୍ (ଯେ କୌଣସି ନେଟୱର୍କ) କରିବାକୁ ମିଳୁଛି । ଏହା ବାଦ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ଯେ କୌଣସି ସ୍ଥାନକୁ ମାଗଣା ରୋମିଂ ସେବା ମଧ୍ୟ ପ୍ରଦାନ କରୁଛି ବିଏସଏନ୍ଏଲ୍ । ଅନ୍ୟପକ୍ଷରେ ୯୪ ଟଙ୍କାର ରିଚାର୍ଜରେ ୯୦ ଦିନର ବୈଧତା ସହିତ ୩ ଜିବିର ଡାଟା ଏବଂ ୧୦୦ ମିନିଟର କଲ୍ (ଯେ କୌଣସି ନେଟୱର୍କ) କରିବାକୁ ମିଳୁଛି । ଏହା ବାଦ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ଯେ କୌଣସି ସ୍ଥାନକୁ ମାଗଣା ରୋମିଂ ସେବା ସହିତ ୬୦ ଦିନ ପାଇଁ ମାଗଣା ବିଏସଏନଏଲ ଟ୍ୟୁନର ସୁବିଧା ମଧ୍ୟ ମିଳୁଛି ।

ପୂର୍ବରୁ ବିଏସଏନଏଲ୍ ପକ୍ଷରୁ ୬୯୯ ରିରାର୍ଜରେ ଦୈନିକ ୫୦୦ ଏମବି ଡାଟା ସହିତ ୬ ମାସ ଯାଏଁ ମାଗଣା କଲର ସୁବିଧା ମିଳୁଥିଲା । ତେବେ କମ୍ପାନୀ ଏଣିକି ୬୯୯ ରିଚାର୍ଜର ବୈଧତାକୁ ୯ ମାସକୁ ବଢାଇ ଦେଇଛି । ସେହିପରି କମ୍ପାନୀ ପକ୍ଷରୁ ମାଗଣା ୪ଜି ସିମ୍ ସେବାକୁ ମଧ୍ୟ ସେପ୍ଟେମ୍ବର ୩୦, ୨୦୨୧ ଯାଏଁ ବଢାଇ ଦିଆଯାଇଛି । ତେବେ ବର୍ତ୍ତମାନ ୪ଜି ସିମ୍ ସେବା କେବଳ କେରଳରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.