fbpx
BJD
BJD SKY
BJD SKY

ସାଂସଦ ରାମ ଶିରୋମଣି ବର୍ମା ବିଏସପିରୁ ବହିଷ୍କୃତ

BJD

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ୭ଟି ପର୍ଯ୍ୟାୟରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ବହୁଜନ ସମାଜ ପାର୍ଟି (ବିଏସପି)ରୁ ସାଂସଦ ରାମ ଶିରୋମଣି ବର୍ମାଙ୍କୁ ବହିଷ୍କୃତ କରାଯାଇି । ଶ୍ରୀ ବର୍ମା ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ରହିବା ସହିତ ସେ ତାଙ୍କ ବିରୋଧରେ ଅନୁଶାସନହୀନତା ଆଚରଣ ଅଭିଯୋଗ ଆସିଥିଲା । ଏହାପରେ ଶ୍ରୀ ବର୍ମାଙ୍କ ବିରୋଧରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ବର୍ମା ଶ୍ରୀବସ୍ତୀ ଲୋକସମା ସଂସଦୀୟ କ୍ଷେତ୍ରରୁ ସାଂସଦ ରହିଥିଲେ । ଶ୍ରୀ ବର୍ମାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲା, ମାତ୍ର ସେ ନିଜ ଆଚରଣରେ ସୁଧାର ଆଣିନଥିବାରୁ ଦଳ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆଗାମୀ ଲୋକସଭା ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ମାୟାବତୀ ପୂର୍ବରୁ ଘୋଷଣା କରିଥିଲେ ।

Get real time updates directly on you device, subscribe now.