fbpx

ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧ା୨: ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୃଷକଙ୍କ ଆୟ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବଢ଼ିବ । ଯୁବକଙ୍କ ପାଇଁ ନୂଆ ଅବସର ସୃଷ୍ଟି ହେବା ଲକ୍ଷ୍ୟ ରଖାଯାଇଛି । ଯୁବକଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଦେଶର ୧୦୦ ଏୟାରପୋର୍ଟ ବିକାଶ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ମୋଦି କହିଛନ୍ତି । ୧ଲକ୍ଷ ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ସଂଯୋଗ ହେବାର ଲକ୍ଷ୍ୟ ରଖାଯାଇଛି । ଗରିବ, ଆଦିବାସୀ, ଦଳିତଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ବଜେଟ ଦେଶର ଆବଶ୍ୟକତାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.