fbpx

ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧ ।୨: କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିବା ପରେ ସଂସଦରେ ୨୦୨୦-୨୧ ସାଧାରଣ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ନିର୍ମଳା କହିଛନ୍ତି ଯେ, ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠରେ ମୋଦିଙ୍କୁ ଜିତାଇଛନ୍ତି ତେଣୁ ତଳ ସ୍ତରର ଲୋକଙ୍କ ଉନ୍ନତି ଆମର କର୍ତ୍ତବ୍ୟ । ୨୦୧୯ରେ ବିପୁଳ ଜନମତ ସହ ମୋଦୀ ପୁଣି କ୍ଷମତାକୁ ଆସିଲେ । ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବାକୁ ଏହି ବଜେଟ । ଆମ ଆର୍ଥିକ ନୀତି ଉପରେ ଦେଶ ଭରସା କରିଛି । ଭାରତ ବିଶ୍ୱର ୫ମ ବୃହତ୍ତର ଅର୍ଥନୀତି ହୋଇ ପାରିଛି । ଦେଶ ଅର୍ଥନୀତିର ମୂଳଦୁଆ ଶକ୍ତ ରହିଛି । ୧୬ ଲକ୍ଷ ନୂଆ କରଦାତାଙ୍କୁ ଯୋଡିବା ସହ ‘ସବକା ସାଥ, ସବକା ବିକାଶ’ ଆମର ଲକ୍ଷ୍ୟ ରହିଛି । ଜିଏସଟି ହେଉଛି ସବୁଠାରୁ ଐତିହାସିକ ନିଷ୍ପତ୍ତି । ଅର୍ଥନୀତିକୁ ସଠିକ ଦିଗରେ ଆଗକୁ ବଢାଇବାରେ ବେଶ ସହାୟକ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୪୦ କୋଟି ଜିଏସଟି ରିଟର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ଘର ଯୋଗାଇବା ଆମର ଲକ୍ଷ୍ୟ । ଦେଶରେ ୧୬ ଲକ୍ଷ ନୂଆ ଟିକସ ଦାତାଙ୍କ ସଂଖ୍ୟା ବଢିଛି । ୨୦୧୪-୧୫ରେ ମହଙ୍ଗା ଦର ୯% ଥିଲା ବେଳେ ୫ ବର୍ଷରେ ଏହା ୪.୫%କୁ ଖସିଛି । ସେହିପରି ୨୦୧୪-୧୫ରେ ଅଭିବୃଦ୍ଧି ହାର ୪.୫% ଥିଲା । କେନ୍ଦ୍ର ସରକାର ୨୭ କୋଟି ଲୋକଙ୍କୁ ଗରୀବି ସୀମାରେଖା ତଳୁ ଉପରକୁ ଆଣିଛନ୍ତି । ଦରଦାମ ବୃଦ୍ଧିକୁ କମ କରିବା ପାଇଁ ସରକାର ନେଉଥିବା ପଦକ୍ଷେପ ସଫଳତା ଆଣିଛି । ଅଧିକ ରୋଜଗାର ଦେବାକୁ ସରକାର ସଂକଳ୍ପ ନେଇଛନ୍ତି । ଦେଶରେ ବ୍ୟାଙ୍କଗୁଡିକର ସ୍ଥିତି ବେଶ ସୁଦୃଢ ରହିଛି । ଆମର ଆର୍ଥିକ ନୀତି ଉପରେ ଦେଶର ଭରସା ରହିଛି ।’

ବଜେଟରେ ପ୍ରଥମେ ଗ୍ରାମରଣ ଭାରତ ଉପରେ ଚର୍ଚ୍ଚା କରିଥିଲେ ଅର୍ଥମନ୍ତ୍ରୀ । ସେ କହିଥିଲେ ଯେ, ବଜେଟରେ ଗାଁ, ଗରିବ ଓ ଚାଷୀଙ୍କୁ ଫୋକସ କରାଯାଇଛି । ବିଦେଶୀ ପୁଞ୍ଜିନିବେଶ ୮୪ ମିଲିୟନ ଡଲାର ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଆମର ଫୋକସ ରହିଛି । ଦେଶର ଋଣ ଭାର ମାର୍ଚ୍ଚ ୨୦୧୯ ସୁଦ୍ଧା ୪୮.୭୦%କୁ ଖସିଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଲକ୍ଷ୍ୟ ରହିଛି । ୬.୧୧ କୋଟି ଚାଷୀଙ୍କ ପାଇଁ ବୀମା ଯୋଜନା ଯୋଗାଇବା ସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପରମ୍ପରା ଚାଷ, ସିଞ୍ଜନକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ପାଇଁ ସରକାର ପକ୍ଷରୁ ୧୬ ସୂତ୍ରୀ ଯୋଜନା ଲାଗୁ ହେବା ସହ ଚାଷୀଙ୍କ ପଡିଆ ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବ । ଚାଷଙ୍କ ଜଳାଭାବ ଦୂର ପାଇଁ ୧୦୦ଟି ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଆଉ ରୋଜଗାରକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ସମସ୍ତଙ୍କୁ ସାମାଜିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ପେନସନ ଆଉ ବୀମା ଜରିଆରେ ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ । ସରକାର ଚାହୁଁଛନ୍ତି, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭଲ ସଂପର୍କ ବଜାୟ ରହୁ ।’

ଏହା ସହ ନିର୍ମଳା କହିଛନ୍ତି ଯେ, ପାଣି ସମସ୍ୟା ଏକ ଚିନ୍ତାଜନକ ପ୍ରସଙ୍ଗ । ଦେଶର ୧୦୦ଟି ଜିଲ୍ଲା ଯେଉଁଠି ପାଣିର ଅଭାବ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ତାକୁ ଚିହ୍ନଟ କରାଯାଇଛି । ଏସବୁ ଜିଲ୍ଲାରେ ପାଣିର ସମସ୍ୟାକୁ ଦୂର କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ । ସୋଲାର ପମ୍ପ ସ୍ଥାପନ କରିବାକୁ ୨୦ ଲକ୍ଷ ଚାଷୀଙ୍କ ପାଇଁ ଯୋଜନା । ୬.୧୧ କୋଟି ଚାଷୀଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପିଏମ କୁସୁମ ଯୋଜନାରେ ଚାଷୀଙ୍କୁ ସୌର ପମ୍ପସେଟ ଦିଆଯିବ । ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଉପଲବ୍ଧ ଥିବା ପଣ୍ୟାଗାର ଗୁଡିକର ଜିଓଟ୍ୟାଗିଂ କରାଯିବ । ଭାରତୀୟ ରେଳବାଇ ପକ୍ଷରୁ କିଷାନ ରେଳ ସ୍ଥାପନ କରାଯିବ । ଚାଷୀ ଉତ୍ପାଦନ କରୁଥିବା ଦ୍ରବ୍ୟ ପାଇଁ କୃଷି ଉଡାନ ଯୋଜନା । ଚାଷୀଙ୍କ ସୁବିଧା ପାଇଁ ଚାଲିବ କିଷାନ ରେଳ ।’
୨୦୨୦ରେ ଚାଷୀଙ୍କୁ ୧୫ ଲକ୍ଷ କୋଟି ଋଣ ଦେବା ପାଇଁ ବଜେଟରେ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ । ଲାଗୁ ହେବ କିଷାନ ଉଡାଣ ଯୋଜନା, ଫଳରେ ବିମାନରେ ଯିବ କୃଷକଙ୍କ ଚାଷ ସାମଗ୍ରୀ । ପରିବହନ ପାଇଁ ଲାଗୁ ହେବ କିଷାନ ଉଡାଣ ଯୋଜନା । ଚାଷ ଓ ଜଳସଂପଦ ବିଭାଗ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ଅନୁଦାନ । ମାଛ ଉତ୍ପାଦନକୁ ୨୦୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି ।

ଭାରତରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବଜେଟରେ ବଡ ଘୋଷଣା କରାଯାଇଛି । ଟିବିମୁକ୍ତ ହେବ ଦେଶ । ଅଭିଯାନ ଆରମ୍ଭ ହୋଇଥିବା ବେଳେ ୨୦୨୫ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ । ଜନ ଔଷଧୀ କେନ୍ଦ୍ରରେ ଔଷଧ ମହଜୁଦ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୬୩ ହଜାର କୋଟିର ଅନୁଦାନ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ ହସ୍ପିଟାଲରେ ଜନଔଷଧୀ ସ୍କିମ ଲାଗୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
ସ୍ୱଛ ଭାରତ ମିଶନ ପାଇଁ ୧୨ ହଜାର ୩୦୦ କୋଟି ଟଙ୍କାର ଅନୁଦାନ ମିଳିଛି ।

ମିଶନ ଇନ୍ଦ୍ରଧନୁଷର ବିସ୍ତାର କରାଗଲା । ଆୟୁଷ୍ମାନ ଭାରତରେ ୨୦ ହଜାର ହସ୍ପିଟାଲ ସଂଯୁକ୍ତ କରାଯିବ । ଆୟୁଷ୍ମାନ ଯୋଜନାରେ ଯୋଡି ହେବ ଦେଶର ସମସ୍ତ ହସ୍ପିଟାଲ । ଏବେ ସୁଦ୍ଧା ଦେଶର ୨୦ ହଜାର ହସ୍ପିଟାଲ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି ।

ବଜେଟରେ ଜଳ ଜୀବନ ମିଶନ ପାଇଁ ୧୧ ହଜାର ୫୦୦ ଟଙ୍କାର ଅନୁଦାନ ବ୍ୟବସ୍ଥା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଜୈବିକ ଖାଦ୍ୟ ଉତ୍ପାଦନ ଉପରେ ବଜେଟରେ ଯଥେଷ୍ଟ ଜୋର ଦିଆଯାଇଛି । ଏହି ବଜେଟରେ ଗାଁ ଆଉ ଚାଷୀଙ୍କ ଉପରେ ଗୁରୁତ୍ୱ । ଚାଷରେ ନିବେଶ ପାଇଁ ସରକାର ଜୋର ଦେଉଛନ୍ତି ।

– ଦେଶରେ ଉଚ୍ଚଶିକ୍ଷାକୁ ଦିଆଯିବ ଗୁରୁତ୍ୱ । ନ୍ୟାସନାଲ ପୋଲିସ ବିଶ୍ୱବିଦ୍ୟାଳୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ପିଲାଙ୍କୁ ଫରେନସିକ ଲ୍ୟାବର ଜ୍ଞାନ ଦେବାକୁ ବ୍ୟବସ୍ଥା କରାଯାଉଛି ।

– ପଞ୍ଚାୟତ ସ୍ତରରେ ଶୀତଳଭଣ୍ଡାର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ମାଛ ଉତ୍ପାଦନ ବଢାଇବା ଉପରେ କେନ୍ଦ୍ର ସରକାରଙ୍କ ଜୋର । ଏଥିପାଇଁ ସାଗରମିତ୍ର ଯୋଜନା ଲାଗୁ ହେବ । ଯୁବକ ମାନେ କିଭଳି ଏଥିପ୍ରତି ଆକର୍ଷିତ ହେବେ ସେନେଇ ଉଦ୍ୟମ କରାଯାଉଛି ।

– ନ୍ୟାସନାଲ ପୁଲିସ ୟୁନିଭର୍ସିଟି ଓ ନ୍ୟାସନାଲ ଫୋରେନସିକ ସାଇନ୍ସ ୟୁନିଭର୍ସିଟି ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି । ଷ୍ଟଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ‘ସ୍ୟାଟ୍‌’ ପରୀକ୍ଷା ପ୍ରଚଳନ କରିବାକୁ ଘୋଷଣା ।

– ଦେଶରେ ଖୁବ ଶୀଘ୍ର ଘୋଷଣା କରାଯିବ ନୂଆ ଶିକ୍ଷା ପଲିସି । ୧୫୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିର୍ମାଣ ହେବ । ଫରେନସିକ ଶିକ୍ଷା ସହ ଅନଲାଇନ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ ହେବ ।
– ସ୍କିଲ ଇଣ୍ଡିଆ ପାଇଁ ୩୦୦୦ କୋଟିର ବ୍ୟବସ୍ଥା । ସେହିଭଳି ଶିକ୍ଷା କ୍ଷେତ୍ର ପାଇଁ ୯୯ ହଜାର ୩୦୦ କୋଟିର ବ୍ୟବସ୍ଥା କରାଯିବ ।
– ଖୁବଶୀଘ୍ର ଆସିବ ନୂଆ ଶିକ୍ଷାନୀତି । ଉଚ୍ଚଶିକ୍ଷାକୁ ଦିଆଯିବ ପୋତ୍ସାହନ । ୧୦୦ଟି ଶିକ୍ଷାନୁଷ୍ଠାନ ଅନଲାଇନ୍ ଶିକ୍ଷା ଯୋଗାଇଦେବେ । ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଆହୁରି ଅଧିକ ଅନୁଦାନର ଆବଶ୍ୟକତା ରହିଛି ।

– ବଡ ହସ୍ପିଟାଲ ଗୁଡିକରେ ପିଜି ଶିକ୍ଷା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବେ ।
– ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ ଯୋଜନା । ବଜେଟରେ ହେଲା ବଡ ଘୋଷଣା ।

– ଦେଶବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବଡ ଘୋଷଣା । ୭୦ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ ପାଇଁ ଘୋଷଣା କଲେ ଅର୍ଥମନ୍ତ୍ରୀ ।

Get real time updates directly on you device, subscribe now.