fbpx

କରୋନା କାଳରେ ହେଲଥ୍ ବଜେଟ୍ ବଢ଼ାଇ ପାରନ୍ତି ଅର୍ଥମନ୍ତ୍ରୀ, ମିଳିବ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଗାମୀ ମାସରେ ଉପସ୍ଥାପିତ ହେବାକୁ ଯାଉଥିବା ବଜେଟ୍ ୨୦୨୨ ରେ ସ୍ୱାସ୍ଥ୍ୟ ବଜେଟକୁ ବଢ଼ାଇପାରନ୍ତି ସରକାର । ସଙ୍କଟ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନିଆଯାଉଛି । ସୂଚନା ମୁତାବକ, ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାସ୍ଥ୍ୟ ଇନଫ୍ରାଷ୍ଟ୍ରକ୍ଚରତ ଅତ୍ୟାଧୁନିକ ଉପରେ ଗୁରୁତ୍ୱ ଦେଉଛନ୍ତି ।

ରିପୋର୍ଟ ମୁତାବକ, ମହାମାରୀର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଥର ସ୍ୱାସ୍ଥ୍ୟ ବଜେଟକୁ ୫୦ ପ୍ରତିଶତରୁ ବି ଅଧିକ ବୃଦ୍ଧି କରିପାରନ୍ତି । ଗତ ବଜେଟରେ ଏହି କ୍ଷେତ୍ରକୁ ୨.୩୮ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । କିନ୍ତୁ ଏଥର ସ୍ୱାସ୍ଥ୍ୟ ବଜେଟ୍ ବୃଦ୍ଧି କରାଯାଇପାରେ ।

ରିପୋର୍ଟରେ କୁହାଯାଇଛି ଯେ ଗତ ବଜେଟରେ କରୋନା ମହାମାରୀର ମୁକାବିଲା ପାଇଁ ଏଥର ଦିଆଯାଇଥିବା ପାଣ୍ଠି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସେହି ସମୟ ମଧ୍ୟରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକା ତିଆରି ପାଇଁ ୧୪,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏଥର ଟିକା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.