ଓଡ଼ିଶା ବଜେଟ୍ 2025-26: ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି
ଚଳିତ ଥର ବଜେଟରେ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି ବ୍ୟୟବରାଦ ହୋଇଛି ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନା କରୁଥିବା ବେଳେ ଏଥର ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି ବ୍ୟୟବରାଦ ହୋଇଛି ।
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି ବ୍ୟୟବରାଦ ହୋଇଛି ।
ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨୦୯୧ କୋଟି ଓ ନିର୍ମଳ ପାଇଁ ୯୯୭ କୋଟି ବ୍ୟୟ ବରାଦ ହୋଇଛି । ସେହିପରି ଏଥର ବଜେଟ୍ରେ ଓଡିଆ ଅସ୍ମିତା ପାଇଁ ବି ବ୍ୟୟ ବରାଦ ହୋଇଛି । ଏହା ଅଧିନରେ ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯୪ କୋଟି, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୩୦ କୋଟି ଓ ସାଂସ୍କୃତିକ ଅନୁଷ୍ଠାନକୁ ଅନୁଦାନ ୭୭ କୋଟି ପ୍ରଦାନ କରାଯାଇଛି।