fbpx

ହୋହଲ୍ଲା ମଧ୍ୟରେ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର,୨୦ ।୧୧(ଓଡିଶା ଭାସ୍କର): ବିଧାନସଭାର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ୍ । ବିରୋଧୀଙ୍କ ହଙ୍ଗାମା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ହୋହଲ୍ଲା ମଧ୍ୟରେ ୫ଟି ବିଲ୍ ଉପସ୍ଥାପନ ହୋଇଛି । ୨୦୨୦-୨୧ ପାଇଁ ୧୧ ହଜାର ୨ ଶହ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି । ପ୍ରଶାସନିକ ବ୍ୟୟବରାଦ ପାଇଁ ୨,୨୭୩ କୋଟି ଟଙ୍କା ବ୍ୟୟ ବରାଦ ବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦ ପାଇଁ ୭ ହଜାର ୪୩୮ କୋଟି ଟଙ୍କା ରହିଛି । ଏହା ସହ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧ ହଜାର ୪୮୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସ୍ୱାସ୍ଥ୍ୟ, ଗ୍ରାମୀଣ ରୋଜଗାର, ଖାଦ୍ୟ ନିରାପତ୍ତା, ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୭୬୮.୭୭ କୋଟି ବ୍ୟୟ ବରାଦ ହୋଇଛି । ସେହିପରି ପଞ୍ଚାୟତିରାଜ ପାଇଁ ୨୦୪୬.୧୧ କୋଟି , ଖାଦ୍ୟ ଓ ଯୋଗାଣ ପାଇଁ ୧୦୭୮.୩୦ କୋଟି, ଅର୍ଥ ବିଭାଗ ପାଇଁ ୨୩୬୩.୦୪ କୋଟି , ଗୃହ ବିଭାଗ ପାଇଁ ୨୩୦ କୋଟି,ଶକ୍ତି ବିଭାଗ ପାଇଁ ୯୫୬ କୋଟି, ଉଚ୍ଚଶିକ୍ଷା ପାଇଁ ୧୯୩ କୋଟି ବ୍ୟୟ ବରାଦ ହୋଇଛି ।

ଆର୍ଥିକ ବ୍ୟବସ୍ଥା ଉପରେ କୋଭିଡ ମହାମାରୀର ପ୍ରଭାବ ପଡିଛି । ଚଳିତବର୍ଷର ପ୍ରଥମ ୬ ମାସରେ ୬.୫% ରାଜସ୍ୱ କିମଛି । କେନ୍ଦ୍ରୀୟ ହସ୍ତାନ୍ତର କ୍ଷେତ୍ରରେ ୬.୫% ରାଜସ୍ୱ କମିଛି । କୋଭିଡ ସତ୍ତେ୍ୱ ରାଜ୍ୟର ନିଜସ୍ୱ ଟିକସ ୧.୭ ପ୍ରତିଶତ ବୃଦ୍ଧି ପାଇଛି ।

ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହା ସହ ବିଜେନେସ ଆଡଭାଇଜରି କମିଟି ବୈଠକ ଡକାଇଛନ୍ତି ବାଚସ୍ପତି । ଅପରାହ୍ନ ୪ଟା ୩୦ରେ ବୈଠକ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.