fbpx

ବଜେଟକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

AAKASH

ନୂଆଦିଲ୍ଲୀ: ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି । ବଜେଟ୍ ପୂର୍ବରୁ ବସିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ୍ ବୈଠକ । କ୍ୟାବିନେଟ୍ ବୈଠକରେ ବଜେଟକୁ ମିଳିଛି ଅନୁମୋଦନ ।

ତେବେ ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ଏହା ହେବ ନିର୍ମଳା ସୀତାରମଣଙ୍କ ଚତୁର୍ଥ ବଜେଟ୍ ଉପସ୍ଥାପନ । ଏହି ବଜେଟରେ ଅର୍ଥମନ୍ତ୍ରୀ କ’ଣ ଘୋଷଣା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆଜିର ବଜେଟରେ ପାରମ୍ପରିକ କୃଷି, ଶିକ୍ଷା, ସେବା କ୍ଷେତ୍ର ଆଦି ଫୋକସରେ ରହିପାରେ । କୋଭିଡ କାଳରେ ଭିତ୍ତିିଭୂମି ସୁଦୃଢ଼ ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି । ଆୟକର ସ୍ଲାବ ଉପରେ ସମସ୍ତଙ୍କର ନଜର ରହିଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯାଇପାରେ । କ୍ରିପଟୋ କରେନ୍ସି ଉପରେ ହୋଇପାରେ ଠୋସ୍ ନିଷ୍ପତ୍ତି । ରେଳ ବଜେଟରେ ଓଡ଼ିଶାକୁ ଅଧିକ ପାଣ୍ଠି ମିଳିବାର ଆଶା ରହିଛି । ଖୋର୍ଦ୍ଧା-ବଲାଙ୍ଗିର, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଉପରେ ନଜର ରହିଛି ।

Get real time updates directly on you device, subscribe now.