fbpx
BSKY
BJD YOUTH SKY
BJD MS SKY

କମିବ କି ଚୀନ ସ୍ମାର୍ଟଫୋନ କମ୍ପାନୀର ଚାହିଦା: ଘରୋଇ କମ୍ପାନୀକୁ ଦିଆଯାଇପାରେ ବଜେଟରେ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି । ସଂସଦରେ ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଗତ କରିବେ । ତେବେ ଅର୍ଥମନ୍ତ୍ରୀ କେଉଁ କ୍ଷେତ୍ରକୁ କେତେ ଅର୍ଥ ଆବଣ୍ଟିତ କରିବେ, ତାହାକୁ ନେଇ ସମସ୍ତ କମ୍ପାନୀ, ବ୍ୟବସାୟୀ, ଜନସାଧାରଣ ଚାହିଁ ରହିଛନ୍ତି । ଏଭଳି ସ୍ଥିତିରେ ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀମାନେ ବଜେଟ ଉପରେ ନଜର ରଖିଛନ୍ତି । ଚଳିତ ବର୍ଷ ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରି ଉପରେ କମ୍ପୋନୋଟ୍ ଡ୍ୟୁଟି ପ୍ରାୟ ଲାଗୁ ହୋଇନଥିବାରୁ ବଜେଟରେ ଏହା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି ।

କମ୍ପୋନୋଟ୍ ଡ୍ୟୁଟି ଅଧିକ ଲାଗୁ ହେବା ଫଳରେ ଦେଶରେ ଲୋକାଲ୍ ସ୍ମାର୍ଟଫୋନ୍ ପ୍ରଡକ୍ସନ ଉପରେ ସ୍ମାର୍ଟଫୋନ୍ କମ୍ପାନୀମାନେ ନିର୍ଭର କରିବେ । ଏହା ଫଳରେ ସ୍ମାର୍ଟଫୋନର ମୂଲ୍ୟ ବଢ଼ିଯିବ ଓ ଚିପ୍ ସଙ୍କଟ ଆଦି ସମସ୍ୟା ଉପୁଜିଯିବ । ସ୍ମାର୍ଟଫୋନ ନିର୍ମାତା ଲାଭା ଇଣ୍ଟରନ୍ୟାସନାଲର ଏମଡି ତଥା ଅଧ୍ୟକ୍ଷଙ୍କ ମତରେ, ସ୍ମାର୍ଟଫୋନ ଇଣ୍ଡଷ୍ଟ୍ରିରେ କମ୍ପୋନେଟ୍ ଡ୍ୟୁଟି ବଢ଼ିବା ଅନୁଚିତ । ଯଦି ବଢ଼ିବ ଏହା ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରଭାବିତ କରିବ । ଅନ୍ୟଟି ହେଲା, ଘରୋଇ ବ୍ରାଣ୍ଡ ପାଇଁ ଅଲଗା ବଜେଟ୍ ପ୍ରସ୍ତୁତ କରିବା ଦରକାର ।

ଲାଭା ଏକ ଭାରତୀୟ ସ୍ମାର୍ଟଫୋନ ବ୍ରାଣ୍ଡ ହୋଇଥିବା ବେଳେ ଏହା ବର୍ତ୍ତମାନ ସମୟରେ ପ୍ରଡକ୍ଟ ଲଞ୍ଚ କରୁଛି । ସେହିପରି ଇଣ୍ଟେକ୍ସ ଟେକ୍ନୋଲୋଜିଜ୍ ଓ କାର୍ବୋନ୍ନ ମୋବାଇଲ୍ସ ପରି ବ୍ରାଣ୍ଡଗୁଡ଼ିକ ଚୀନ ବ୍ରାଣ୍ଡ ପାଇଁ ବନ୍ଦ ହୋଇଯାଇଛି । ଲାଭାର ପ୍ରଥମ ୫ଜି ସ୍ମାର୍ଟଫୋନ୍ ଅଗ୍ନି ୫ଜି ଦେଶରେ ଗତ ବର୍ଷ ନଭେମ୍ବର ମାସରେ ଲଞ୍ଚ ହୋଇଥିଲା । ତେବେ ଦେଶରେ ଏବେ ବି ଜିଓମି, ଭିଭୋ, ରିଅଲମି ଓ ଓପୋ ପରି ଚୀନ କମ୍ପାନୀଗୁଡ଼ିକର ଦବଦବା ଜାରି ରହିଛି । ତେଣୁ ଦେଶୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସରକାର କିଛି ନୂଆ ଯୋଜନା ଆଣି ପାରନ୍ତି ।

Get real time updates directly on you device, subscribe now.