fbpx

ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ; ଗୃହରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ

AAKASH

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖୁଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ। ଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ । ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ । ୮ ଶହ କୋଟିରେ ହୋଇଛି, ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି । ନୂଆ-ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହୋଇଛି । ଫାଇଭ୍‌-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ । ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ୧୧୩.୭୬ ରେସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ । ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ । ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭହୋଇଛି ।

ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ। ୮ ତାରିଖରେ ଉପସ୍ଥାପିତ ହେବ କାମଚଳା ବଜେଟ୍। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗୃହ ବେଶ୍ ସରଗରମ ହେବା ନେଇ ଆଶଙ୍କା କରାଯାଉଛି। ନୂଆ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନଙ୍କ ସମେତ ପରଲୋକଗତ ପୂର୍ବତନ ବିଧାୟକ ଓ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକପ୍ରସ୍ତାବ ଆଗତ ହେବ। ଏହାପରେ ଗୃହ ମୁଲତବୀ  ରହିବ। ୬ ତାରିଖରେ ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ରାଜେନ୍ଦ୍ରନ୍‌ଙ୍କ ସମ୍ମାନାର୍ଥେ ଗୃହ କାର୍ଯ୍ୟ ହେବ ନାହିଁ ବୋଲି ଆଜି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ୮ ତାରିଖରେ ଅର୍ଥ ମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିବେ। ୯ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ୧୦ ଓ ୧୧ ତାରିଖ ଦ୍ବିତୀୟ ଶନିବାର ଓ ରବିବାର ପାଇଁ ଛୁଟି ରହିଛି। ୧୨ ତାରିଖରେ ସରକାରୀ କାର୍ଯ୍ୟ ଦିବସ ଥିଲା ବେଳେ ୧୩ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ରହିଛି।

Get real time updates directly on you device, subscribe now.