fbpx
BSKY
BJD YOUTH SKY
BJD MS SKY

ଇସଲାମିକ ଧର୍ମପ୍ରଚାରକ ମୁଫତି ସଲମାନ ଆଝାରିଙ୍କୁ ଉଠାଇ ନେଲା ଗୁଜରାଟ ପୋଲିସ

ଜୁନାଗଡ଼: ଜୁନାଗଡ଼ରେ ଘୃଣ୍ୟ ଭାଷଣ ଦେବା ଅଭିଯୋଗରେ ଗୁଜରାଟ ପୁଲିସ ରବିବାର ମୁମ୍ବାଇରୁ ଇସଲାମିକ ପ୍ରଚାରକ ମୁଫ୍ତି ସଲମାନ ଆଝାରିଙ୍କୁ ଗିରଫ କରିଛି। ମୁଫତି ସଲମାନ ଆଝାରୀଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ବହୁ ସଂଖ୍ୟକ ସମର୍ଥକ ଘାଟକୋପର ପୋଲିସ ଷ୍ଟେସନ ବାହାରେ ଏକତ୍ରିତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଗୁଜରାଟ ପୋଲିସ ଇସଲାମିକ ପ୍ରଚାରକଙ୍କ ଟ୍ରାନଜିଟ୍ ରିମାଣ୍ଡ ନେଇଛି ଏବଂ ତାଙ୍କୁ ଗୁଜୁରାଟ ନିଆଯାଇଛି ।

ଗିରଫ ହେବା ପୂର୍ବରୁ ମୁଫତି ସଲମାନ ଆଝାରୀ ତାଙ୍କ ସମର୍ଥକମାନଙ୍କୁ ଶାନ୍ତି ପାଇଁ ନିବେଦନ କରି କହିଥିଲେ- “ଜୋସ୍ ମେ ହୋସ୍ ଖୋନା ନେହିଁ ଚାହିଏ, ପରିସ୍ଥିତି ଯାହା ହେଉ ନା କାହିଁକି, ମୁଁ ଆପଣଙ୍କ ସାମ୍ନାରେ ଅଛି ଏବଂ ମୁଁ ଅପରାଧୀ ନୁହେଁ କିମ୍ବା କୌଣସି ଅପରାଧ ପାଇଁ ମୋତେ ଏଠାକୁ ଅଣାଯାଇନାହିଁ। ସେମାନେ ମୋ ଅଭିଯୋଗ ବିଷୟରେ ଯେଉଁ ତଦନ୍ତ କରିବାକୁ ପଡିବ ତାହା କରୁଛନ୍ତି ଏବଂ ଆମେ ସହଯୋଗ କରୁଛୁ । ଆପଣ ମଧ୍ୟ ସହଯୋଗ କରନ୍ତୁ। ଯାହା ହେବ ତାହା ଭଲ ହେବ, ଯଦି ମୋତେ ଗିରଫ କରାଯିବ, ତେବେ ମୁଁ ସେଥିପାଇଁ ମଧ୍ୟ ପ୍ରସ୍ତୁତ ଅଛି।

ସେପଟେ ମୁମ୍ବାଇ ଡିସିପି ହେମରାଜ ସିଂହ ରାଜପୁତ କହିଛନ୍ତି, ମୁମ୍ବାଇରେ ଶାନ୍ତି ଅଛି, ଘାଟକୋପର ଅଞ୍ଚଳରେ ମଧ୍ୟ ଶାନ୍ତି ରହିଛି। କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ମୁମ୍ବାଇବାସୀଙ୍କୁ କହିବାକୁ ଚାହୁଁଛି ଯେ ପୋଲିସ ସେମାନଙ୍କ ପାଇଁ ରାସ୍ତାରେ ଅଛି।

ମୌଲାନା ମୁଫତି ସଲମାନ ଆଝାରୀଙ୍କ ଓକିଲ ଆରିଫ ସିଦ୍ଦିକି କହିଛନ୍ତି, “ପୋଲିସ ତାଙ୍କ ଟ୍ରାନଜିଟ୍ ରିମାଣ୍ଡ ପାଇଁ ଆବେଦନ କରିଥିଲେ, ଆମେ ଏହାକୁ ବିରୋଧ କରିଥିଲୁ ଏବଂ ଆମେ ଏହା ମଧ୍ୟ କହିଥିଲୁ ଯେ ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି। ଆଇନ ଅନୁଯାୟୀ ଆମକୁ ନୋଟିସ୍ ଦିଆଯିବା କଥା, ଆମକୁ ଦିଆଯାଇନଥିଲା। ତାଙ୍କୁ ଦୁଇ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ପଠାଇ ଦିଆଯାଇଛି। ତାଙ୍କୁ ଗୁଜୁରାଟ ନିଆଯିବ ବୋଲି କୁହାଯାଇଛି।

ଜାନୁଆରୀ ୩୧ରେ ଗୁଜରାଟର ଜୁନାଗଡ଼ରେ ଏକ କାର୍ଯ୍ୟକ୍ରମରେ ମୁଫତି ସଲମାନ ଆଝାରୀ ଏକ ତଥାକଥିତ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ। ଏହି ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Get real time updates directly on you device, subscribe now.