fbpx
BJD
BJD SKY
BJD SKY

ବିବାଦ ଯୋଗୁ ଭୋଗମଣ୍ଡପ ଘରେ ତାଲା ମାରି ପଳାଇଲେ ସିଂହାରି; ବିନା ପହୁଡ଼ରେ ଆରମ୍ଭ ହେଲା ନୀତି

ପୁରୀ: ମହାପ୍ରଭୁଙ୍କ ନୀତି ବିଳମ୍ବ। ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହାପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି ହୋଇଛି । ଗତକାଲି ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନଥିଲା । ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି। । ଗତକାଲି ଭିତର କାଠରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଥିଲା । ମହାସ୍ନାନ ନୀତି ହେବାରୁ ଭୋଗ ବାହାରି ପାରିନଥିଲା ।

ଏହାରି ଭିତରେ ଭୋଗ ବଢାରେ ବିଳମ୍ବ ଓ ଗଭାଲାଗି ନୀତି ନ କରିବାକୁ ନେଇ ବିବାଦ ବଢିବାରେ ଦେଖା ଦେଇଥିଲା । ବିବାଦ ଯୋଗୁ ଗତକାଲି ମହାପ୍ରସାଦକୁ ରାତିରେ ଭୋଗମଣ୍ଡପ ଘରେ ତାଲା ମାରି ପଳାଇଲେ ସିଂହାରି । ବିବାଦ ପାଇଁ ମହାପ୍ରଭୁଙ୍କ ପହୁଡ଼ ହୋଇପାରି ନ ଥିଲା । ଆଜି ବିନା ପହୁଡ଼ରେ ନୀତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.