fbpx

କୋରାପୁଟ; ବିଷାକ୍ତ ଖାଦ୍ୟଖାଇ ୫୦ ଛାତ୍ରୀ ଅସୁସ୍ଥ, ୧୦ ଗୁରୁତର

କୋରାପୁଟ: କୋରାପୁଟ ଲମତାପୁଟରେ ଅଘଟଣ । ବିଷାକ୍ତ ଖାଦ୍ୟଖାଇ ଅସୁସ୍ଥ ହୋଇଛନ୍ତି ୫୦ ଜଣ ଛାତ୍ରୀ । ସେମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ସମସ୍ତ ଗୁରୁତର ଲମତାପୁଟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଲମତାପୁଟ କସ୍ତୁର୍ବାଗାନ୍ଧୀ ଛାତ୍ରୀନିବାସରେ ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ହଠାତ ୫୦ ଜଣ ଛାତ୍ରୀ ଝାଡ଼ାବାନ୍ତି ଓ ପେଟବ୍ୟଥାରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ ।

ଖବର ପାଇ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ୫ ଜଣିଆ ଡାକ୍ତରୟ ଟିମ ପହଞ୍ଚି ଚିକିସ୍ଛା ଆରମ୍ଭ କରି ସମସ୍ତଙ୍କୁ ଲମତପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ।ସେଥି ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ପିଲାଙ୍କ ଖାଦ୍ୟ ରେ କିଛି ଅଘଟଣ ହୋଇଥିବାରୁ ଫୁଡ ପଇଜନ ଦ୍ଵାରା ଏହିଭଳି ଘଟଣା ଘଟିଥିବା ନେଇ ସନ୍ଦେହ କରୁଛନ୍ତି ଡାକ୍ତର। ଆଜି କୋରାପୁଟ ରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଛାତ୍ରୀବାସକୁ ଯାଇ ନମୁନା ସଂଗ୍ରହ କରିବା ପରେ ପ୍ରକୃତ ଘଟଣା କ’ଣ ଜଣାପଡିବ ବୋଲି କହିଛନ୍ତି । ଚାଲିଶି ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବାରୁ ସେମାନଙ୍କୁ ପଠାଇ ଦିଆଯାଇଛି । ଦଶ ଜଣକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସ ଚାଲୁ ରହିଛି।

Get real time updates directly on you device, subscribe now.