fbpx
BSKY
BJD MC SKY
BJD YOUTH SKY

ଆଜିଠୁ ୨ ମାସ ପର୍ଯ୍ୟନ୍ତ ଚାକିରି-ବ୍ୟବସାୟରେ ଲାଭବାନ୍ ହେବେ ଏହି ଲୋକ: ବୁଧ ବଦଳାଇବେ ଦିନ

ନୂଆଦିଲ୍ଲୀ: ବୁଦ୍ଧି, ତର୍କ, ବ୍ୟବସାୟ, ଧନର କାରକ ଗ୍ରହ ବୁଧ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି, ଏହା ସମସ୍ତ ୧୨ ରାଶିର ଲୋକଙ୍କୁ ପ୍ରଭାବିତ କରିଥାଏ । ଆଜି ୨୧ ଅଗଷ୍ଟରେ, ବୁଧ ରାଶି ପରିବତ୍ତର୍ନ କରି କନ୍ୟା ରାଶିରେ ପ୍ରବେଶ କରିବେ ଓ ୨୬ ଅକ୍ଟୋବର୨୦୨୨ ପର୍ଯ୍ୟନ୍ତ ସେହି ରାଶିରେ ରହିବେ । ବୁଧ ସ୍ଥିତି ପରିବର୍ତ୍ତନ ଯୋଗୁଁ ୪ ରାଶିର ଲୋକେ ଲାଭବାନ୍ ହେବେ । ସେମାନଙ୍କୁ ଚାକିରି-ବ୍ୟବସାୟରେ ଲାଭ ମିଳିପାରେ ।

ବୃଷ-
ବୁଧ କନ୍ୟା ରାଶିରେ ପ୍ରବେଶ ଫଳରେ ବୃଷ ରାଶିର ଲୋକେ ଲାଭବାନ୍ ହେବ । ସେମାନଙ୍କ ଚାକିରିରେ ପରିବର୍ତ୍ତନ ହୋଇପାରେ । କ୍ୟାରିୟରରେ ଯେଉଁଥିପାଇଁ ଅପେକ୍ଷା କରିଥିଲେ, ତାହା ମିଳିପାରେ । ଆର୍ଥିକ ଲାଭ ହେବ । ଆୟ ବଢ଼ିବ । ବ୍ୟବସାୟରେ ନିବେଶ କରିବା ଦ୍ୱାରା ଲାଭବାନ୍ ହେବେ । ସହଯୋଗୀ ସମର୍ଥନ କରିବେ । ପିତୃକ ବ୍ୟବସାୟ-ସମ୍ପତ୍ତିରେ ଲାଭ ହେବ ।

ମିଥୁନ-
ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ପ୍ରବେଶ ଲାଭ ପ୍ରମାଣିତ ହେବ । ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ଘର କିଣିବା-ନିର୍ମାଣ କରିବାର ଯୋଗ ରହିଛି । ନୂଆ ଗାଡ଼ି କିଣିପାରନ୍ତି । ନୂଆ ଚାକିରିର ଅଫର ମିଳିପାରେ । ଅଟକିଯାଇଥିବା ଟଙ୍କା ମିଳିପାରେ । ବୈବାହିକ ଜୀନ ସୁଖମୟ ରହିବ ।

ସିଂହ-
ସିଂହ ରାଶିର ଲୋକଙ୍କ ବୁଧ ପ୍ରବେଶ ଚାକିରିରେ ଅଗ୍ରଗତି ଦେଇପାରେ । ଯେକୌଣସି ନୂଆ କାମ ଆରମ୍ଭ ପାଇଁ ସମୟ ଭଲ ରହିବ । ସରକାରୀ ଚାକିରି ପାଇବାକୁ ଚାହୁଁଥିବା ପିଲା ଜୋରଦାର ପ୍ରସ୍ତୁତି ଆରମ୍ଭ କରିବା ଉଚିତ୍ । ସେଥିରେ ଭଲ ରେଜଲ୍ଟ ମିଳିବ ।

କନ୍ୟା-
ବୁଧ ରାଶି ପରିବତ୍ତର୍ନ କରି କନ୍ୟା ରାଶିରେ ହିଁ ପ୍ରବେଶ କରୁଛନ୍ତି । ଏହି କାରଣ ଯୋଗୁଁ କନ୍ୟା ରାଶିର ଜାତକଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ । ଏହି ଜାତକଙ୍କ ବୃତ୍ତିଗତ ଜୀବନ ୨ ମାସ ପାଇଁ ଶୁଭ ରହିବ । ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ସିଙ୍ଗଲ ଲୋକମାନଙ୍କୁ ଏକ ସାଥୀ ମିଳିପାରେ । ବ୍ୟବସାୟରେ ଲାଭ ମିଳିବ । ସମ୍ପତ୍ତିରେ ନିବେଶ ପାଇଁ ସମୟ ଭଲ ରହିଛି ।

Get real time updates directly on you device, subscribe now.