fbpx

South Superstars: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତିକି କୋଟି

ମୁମ୍ବାଇ: ଦିନକୁ ଦିନ ଯେପରି ସାଉଥ୍ ମୁଭିର ଡିମାଣ୍ଡ ମାର୍କେଟରେ ବଢିବାର ଲାଗିଛି ,ସେହିପରି ଷ୍ଟାରମାନଙ୍କର ଚାର୍ଜ ମଧ୍ୟ ବଢିବାର ଲାଗିଛି । ଯେଉଁମାନେ ଆଗରୁ ୪୦ ରୁ ୬୦ କୋଟି ଟଙ୍କା ମଧ୍ୟରେ ଚାର୍ଜ କରୁଥିଲେ ବର୍ତ୍ତମାନ ସେମାନଙ୍କ ଫିସ୍ ଚାର୍ଜ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ସାଉଥ୍ ସୁପରଷ୍ଟାର ମାନଙ୍କ ମଧ୍ୟରେ ୫ଜଣ ନାଁ ଉପରେ ରହିଛି । ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରୁଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସୁପରଷ୍ଟାରଙ୍କ ଫିସ୍ ଚାର୍ଜ ବିଷୟରେ ।

୧-ସାଉଥ୍ ଷ୍ଟାର ଅଲୁ ଅର୍ଜୁନ: ସାଉଥ୍ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅଲୁ ଅର୍ଜୁନ ବର୍ତ୍ତମାନ ପ୍ୟାନ୍ ଇଣ୍ଡିଆର ଅଭିନେତା ପାଲଟି ଯାଇଛନ୍ତି । ବିଶେଷ କରି ପୁଷ୍ପା ଫିଲ୍ମ ରିଲିଜ ପରେ ତାଙ୍କର ଲୋକପ୍ରିୟତା ବଢିବାର ଲାଗିଛି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସୁପରଷ୍ଟାର ଅଲୁ ଅର୍ଜୁନ ପୁପ୍ପା ଫିଲ୍ମ ପାଇଁ ୬୦ କୋଟି ଟଙ୍କା ନେଇଥିବା ବେଳେ ପୁଷ୍ପା-୨ ପାଇଁ ସେ ତାଙ୍କ ଫିସ୍ ଚାର୍ଡ ଡବଲ କରିଦେଇଛନ୍ତି । ସେ ଏହି ଫିଲ୍ମ ପାଇଁ ୧୨୦ କୋଟି ଟଙ୍କା ଚାର୍ଜ କରିଛନ୍ତି ।

୨-ସାଉଥ୍ ଷ୍ଟାର ପ୍ରଭାସ: ସାଉଥ୍ ଅଭିନେତା ପ୍ରଭାସ ମଧ୍ୟ କାହାଠାରୁ କମ୍ ନୁହଁନ୍ତି । ବାହୁବଳୀ ଫିଲ୍ମ ପରେ ସାଉଥ୍ ଇଣ୍ଡଷ୍ଟ୍ରି ସମେତ ଭାରତରେ ମଧ୍ୟ ଅଭିନେତା ପ୍ରଭାସଙ୍କର ଲୋକପ୍ରିୟତା ବଢିବାର ଲାଗିଛି । ତେବେ ଏହି ହ୍ୟାଣ୍ଡସମ୍ ବର୍ତ୍ତମାନ ଏକ ଫିଲ୍ମ ପାଇଁ ମୋଟା ଅଙ୍କର ଫିସ୍ ଚାର୍ଜ କରିଛନ୍ତି । ତେବେ ସେ ଗୋଟିଏ ଫିଲ୍ମ ପାଇଁ ବର୍ତ୍ତମାନ ୧୫୦ କୋଟି ଟଙ୍କା ନେବେ ବୋଲି କହିଛନ୍ତି ।

୩-ସୁପରଷ୍ଟାର ରଜନୀକାନ୍ତ: ଏହି ସାଉଥ୍ ଅଭିନେତାଙ୍କ ନାଁ ହିଁ ତାଙ୍କ ପରିଚୟ । ତେବେ ଆଜି ମଧ୍ୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ସାଉଥ୍ ରେ ଭଗବାନଙ୍କ ପରି ପୂଜା କରାଯାଇଥାଏ । ଏଥିସହିତ ତାଙ୍କ ଅଭିନୀତ ଚଳଚିତ୍ର ଗୁଡିକ ତାଙ୍କ ନାଁରେ ହିଁ ହିଟ୍ ହୋଇଯାଏ । ତେବେ ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ରଜନୀକାନ୍ତ ତାଙ୍କର ଗୋଟିଏ ଫିଲ୍ମ ପାଇଁ ୧୦୦ ରୁ ୧୫୦ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୪-ସାଉାଥ୍ ଷ୍ଟାର ଥଲାପାଥି ବିଜୟ:ନିକଟରେ ମୁକ୍ତିଲାଭ କରିଥିବା ସାଉଥ୍ ମୁଭି ବିଷ୍ଟ ପାଇଁ ଚର୍ଚ୍ଚାରେ ରହିଛନ୍ତି ସାଉଥ୍ ଷ୍ଟାର ଥଲାପାଥି ବିଜୟ । ସମସ୍ତେ ତାଙ୍କ ଅଭିନୀତ ଫିଲ୍ମର ଦିୱାନା ହୋଇଥାନ୍ତି । ତେବେ ଏହି ହ୍ୟାଣ୍ଡସମ୍ ହଙ୍କ ଅଭିନେତା ଗୋଟିଏ ଫିଲ୍ମ କରିବା ପାଇଁ ୧୧୮ ରୁ ୧୨୦ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୫-ସାଉାଥ୍ ଷ୍ଟାର ଅଜିତ୍ କୁମାର: ୬୦ ରୁ ଅଧିକ ଚଳଚିତ୍ରରେ କାମ କରିଥିବା ଅଭିନେତା ଅଜିତ୍ କୁମାର ଆକ୍ସନ ହିରୋ ଭାବରେ ପରିଚିତ । ଯାହାଙ୍କ ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ତେବେ ସାଉଥ୍ ଅଭିନେତା ଅଜିତ୍ କୁମାର ରୋଟିଏ ଲ୍ଲ୍ ସୁଟିଙ୍ଗ ପାଇଁ ୧୦୦ସ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

Get real time updates directly on you device, subscribe now.