fbpx

ଗଣେଶ ପୂଜାରେ ବଡ ଅଘଟଣ, ବିଲ୍ଡିଂ ଭୁଶୁଡି ଚାଲିଗଲା 4 ଜୀବନ

building collapses in Lucknow, 4 killed and several feared trapped

ଉତ୍ତରପ୍ରଦେଶ: ଗଣେଶ ପୂଜାରେ ଅଘଟଣ । ହସ ଖୁସିର ମାହୋଲ ଭିତରେ ମାଡି ଆସିଲା ଦୁଃଖ । ହଠାତ୍ ବିଲ୍ଡିଂ ଭୁଶୁଡି ପଡିବାରୁ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ । ତେବେ ଆହୁରି ମଧ୍ୟ ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ରହିଛି । ତେବେ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉଦ୍ଧାର ପ୍ରକ୍ରିୟା ଜୋରସୋରରେ ଜାରି ରହିଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଜିଲ୍ଲା ଅଧିକାରୀ ସୂର୍ଯ୍ୟପାଲ ଗଙ୍ଗବାର କହିଛନ୍ତି, ଘଟଣାସ୍ଥଳରେ ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 12ରୁ 13 ଲୋକଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଆମେ ଆଶା କରୁଛୁ ମାଟି ତଳେ ଏବେ ମଧ୍ୟ ଅନେକ ଚାପି ହୋଇ ରହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାକୁ ଗମ୍ଭୀର ସହକାରେ ନେଇଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବା ସହିତ ଆହତମାନଙ୍କର ଉତ୍ତମ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଦେଖିବା ଅନେକ ଲୋକ ଏବେ ସୁଦ୍ଧା ମଧ୍ୟ ମାଟି ତଳେ ଚାପି ହୋଇ ରହିଥିବାକୁ ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି  । ତେବେ କେଉଁ ପରିସ୍ଥିତିରେ ଏତେ ବଡ ବିଲ୍ଡି ଭାଙ୍ଗିଲା ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.