fbpx

ଲାଗୁ ଲାଗୁ ଲାଗିଗଲେ ଯୁଦ୍ଧ: ଷଣ୍ଢ ଲଢେଇର ଭିଜୁଆଲ ଏବେ ଭାଇରାଲ

କଟକ: ମଣିଷ ମଣିଷ ମଧ୍ୟରେ ମାରପିଟ ଏବଂ ଗଣ୍ଡଗୋଳ ଏବେ ସାଧାରଣ କଥା । କିନ୍ତୁ ଅନେକ ସମୟରେ ପଶୁପକ୍ଷୀଙ୍କ ଭିତରେ ମଧ୍ୟ ଏହି ମାରପିଟ ଦେଖିବାକୁ ମିଳିଥାଏ । ଏହି ଲଢେଇ ଦେକିବାକୁ ମଜା ଲାଗେ ସତ, କିନ୍ତୁ ଅନେକ ସମୟରେ ଏହା ଖୁବ ଭୟଙ୍କର ମଧ୍ୟ ହୋଇଥାଏ । ବିଶେଷ କରି ଷଣ୍ଢ ଲଢେଇ ବହୁତ ଭୟାନକର ରୂପ ନେଇପାରେ । ଠିକ ଯେମିତି କଟକରେ ଘଟିଛି ଏହି ଘଟରା ।

ହଠାତ୍ ମଝି ରାସ୍ତାରେ ଆରମ୍ଭ ଦୁଇ ଷଣ୍ଢଙ୍କ ଭିତରେ ହୋଇଗଲା ଭୟାନକ ଲଢେଇ । ଉଭୟ ଷଣ୍ଢ ପରସ୍ପରକୁ ନିଜ ଶିଙ୍ଗରେ ମାରି ହରାଇବା ପାଇଁ ଖୁବ ପ୍ରୟାସ ଜାରି ରଖିଛନ୍ତି । ସାମାନ୍ୟ ଗୋଟିଏ ଛୋଟ ବିବାଦରେ ବି ଲୋକମାନେ ଝଗଡା କରୁଥିବା ଦେଖିଥିବେ । କିନ୍ତୁ ଏଭଳି ଷଣ୍ଢ ଲଢେଇ ହୁଏତ ଦେକି ନଥିବେ । ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଷଣ୍ଢ ଲଢେଇ ଦେଖି ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ସୂଚନା ଅନୁସାରେ, ଗୁରୁବାର ଦିନ ମଧ୍ୟାହ୍ନରେ ଆଠଗଡ଼ ଗୋପବନ୍ଧୁ ଛକରେ ଆରମ୍ଭ ହୋଇଯାଇଥିଲା ଏହି ଭୟାନକ ଲଢେଇ । ଜଣେ ଜଣଙ୍କୁ ଶିଙ୍ଗ ମାଧ୍ୟମରେ ଆକ୍ରମଣ କରି ହରାଇବାକୁ ଚେଷ୍ଟ କରୁଥିଲେ ଉଭୟ ଷଣ୍ଢ । ଏହାକୁ ରୋକିବାକୁ ଷଣ୍ଢ ଉପରେ କିଏ ବାଲ୍ଟି ଧରି ପାଣି ଛାଟୁଥିଲା ତ କିଏ ବାଡି ଧରି ଷଣ୍ଢକୁ ବାଡଉଥିଲେ । ଏହି ଷଣ୍ଢ ଲଢେଇ ଚାଲିଥିବା ସମୟରେ ମଝିରେ ପଡି ଯାଇଥିଲେ ଆଠଗଡ଼ ବନବିଭାଗର କର୍ମଚାରୀ । ସ୍କୁଟିରେ ଯାଉଥିବା ବେଳେ ଶ୍ରୀଧର ପରିଡ଼ା ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.