fbpx
BJD SKY
BJD SKY

Video : ଷଣ୍ଢ ସହ ଲାଗିବା ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଗୋଡ଼ରେ ଦେଲା ଚକଟି ଯେ…

BJD

ନୂଆଦିଲ୍ଲୀ: କଥାେ ଅଛି ‘ଆ ବେଲ ମୁଝେ ମାର’ କଥା ତ ଆପଣମାନେ ଶୁଣିଥିବେ, ଯାହାର ଅର୍ଥ ଜବରଦସ୍ତି ବିପଦକୁ ଡାକି ଆଣିବା । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଠିଆ ହୋଇଥିବା ଷଣ୍ଢ ସହ ଲାଗୁଛନ୍ତି । ଏହା ପରେ ରାଗରେ ଆସି ଷଣ୍ଢ ଯାହାକଲା, ତାହାକୁ ସେ ଜୀବନସାରା ଭୁଲିପାରିବେ ନାହିଁ ।

ସାଧାରଣତଃ ଷଣ୍ଢମାନେ ଟିକେ ରାଗି ସ୍ୱାଭବର ହୋଇଥାନ୍ତି । ଏପରି ପରିସ୍ଥିତିରେ ସେ ଆଖପାଖରେ ଥିବା ଲୋକଙ୍କୁ ହଠାତ୍ ଆକ୍ରମଣ କରନ୍ତି । ସେମାନଙ୍କ ସାମ୍ନାରେ ଯିବାବେଳେ ସମସ୍ତେ ସାବଧାନ୍ ରହିଥାନ୍ତି । ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାର କଡ଼ରେ ଠିଆ ହୋଇଥିବା ଏକ ବିଶାଳ ଷଣ୍ଢର ଶିଙ୍ଗ ଧରି ତାକୁ ଏପଟସେପଟ କରୁଥିବା ନଜର ଆସିଛନ୍ତି ।

ସେହି ସମୟରେ ତାଙ୍କ ସାମ୍ନାରେ ହୋଇଥିବା ଭିଡ଼କୁ ଦେଖି ଷଣ୍ଢ ବହୁତ ରାଗିଯାଇଥିଲା । ଏପରି ପରିସ୍ଥିତିରେ ବ୍ୟକ୍ତିର ଶିଙ୍ଗକୁ ଛୁଇଁବା ତାକୁ ଆହୁରି କ୍ରୋଧିତ କରେ, ଯାହାଫଳରେ ସେ ନିଜ ଶିଙ୍ଗରେ ବ୍ୟକ୍ତିକୁ ଉଠାଇ ତଳେ ପକାଇ ଦେଇଥିଲା । ଏହା ପରେ ଷଣ୍ଢଟି ଶାନ୍ତ ହୋଇନଥିଲା । ସେ ବ୍ୟକ୍ତି ଉପରେ ଚଢ଼ିଯାଇ ତାଙ୍କୁ ଦଳି ପକାଇଥିଲା । ଏହାକୁ ଦେଖି ପାଖରେ ଥିବା ଲୋକମାନେ ଚିକ୍ରାର କରିବାକୁ ଲାଗିଥିଲେ । ଏହି ଭିଡିଓକୁ ସୋସିଆଲ ମିଡିଆରେ ବ୍ରିଟିଶ କମେଡିଆନ୍ ତଥା ଅଭିନେତା ରିକି ଗର୍ଭାଇସ୍ ସେୟାର କରିଛନ୍ତି । ପ୍ରାୟ ୫ ମିଲିୟନ୍ ଲୋକ ଏହାକୁ ଦେଖିସାରିଥିବା ବେଳେ ୮୭ ହଜାରରୁ ଅଧିକ ଉପଭୋକ୍ତା ଏହାକୁ ଲାଇକ୍ କରିଛନ୍ତି ।

Get real time updates directly on you device, subscribe now.