fbpx

ବର୍ଷା ଅନୁଭବ ବିବାଦ :୭ ତାରିଖକୁ ଘୁଞ୍ଚିଲା ଶୁଣାଣି

କଟକ: କେବେ ଥମିବା ବର୍ଷା ଆଉ ଅନୁଭବ ଙ୍କ କଳି ତାହା କାହାକୁ ଜଣ ନାହିଁ । କିନ୍ତୁ ଏହା ଭିତରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା ଉପରେ ଆସିଛି ଆଉ ଏକ ସୂଚନା । ବର୍ଷାଙ୍କ ଆବେଦନର ଶୁଣାଣି ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଫାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବର୍ଷାଙ୍କ ଶୁଣାଣି ଅଗଷ୍ଟ ୭ ରେ ହେବ ।

ସୂଚନା ଥାଉକି, ଗତ ମାସରେ କଟକ ଫ୍ୟାମିଲି କୋର୍ଟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାଜର ହୋଇଥିଲେ । ଏଥିରେଦୁଇଦିନ ଧରି କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ ଅନୁଭବ ।

ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଥିଲେ । ଏହି ସମୟରେ ପତ୍ନୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତା ପ୍ରଦାନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏବଂ କହିଥିଲେ ଗୀତା ପଢନ୍ତୁ ସୁଜ୍ଞାନ ହାସଲ ହେବ । ତେବେ ଦୁହିଁଙ୍କ ମଧ୍ୟ ରେ କେଵେ ସବୁ ସମାଧାନ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Get real time updates directly on you device, subscribe now.