fbpx

‘ପୁଅର ଭୁଲ ପାଇଁ ବାପାଙ୍କ ଘରକୁ ଭାଙ୍ଗିବା ଠିକ୍ ନୁହେଁ’, ବୁଲଡୋଜର ଆକ୍ସନରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଥିବା ବୁଲଡୋଜର ଆକ୍ସନ ମାମଲାକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଉଦୟପୁରରେ ରହୁଥିବା ୬୦ ବର୍ଷୀୟ ଖାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଥିଲା ଯେ, ତାଙ୍କ ଘର ଜିଲ୍ଲା ପ୍ରଶାସନ ୧୭ ଅଗଷ୍ଟ ୨୦୨୪ରେ ଭାଙ୍ଗିଦେଇଥିଲେ। ଏହି ସମସ୍ତ ଘଟଣା ଉଦୟପୁରରେ ଉତ୍ତେଜିତ ସାଂପ୍ରଦାୟିକ ହିଂସା ପରେ ହୋଇଥିଲା, ଯେଉଁଥିରେ ଅନେକ ଯାନବାହନକୁ ନିଆଁ ଲଗାଯାଇଥିଲା ଏବଂ ନିଷେଧାଦେଶ ଲାଗୁ ହେବା ପରେ ବଜାରକୁ ବନ୍ଦ କରାଯାଇଥିଲା। ଏହି ଘଟଣା ଏକ ମୁସଲିମ ଛାତ୍ର ହିନ୍ଦୁ ସହପାଠୀଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ହୋଇଥିଲା। ଏହି ଘଟଣାରେ ସହପାଠୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଖାନ ଅଭିଯୁକ୍ତ ଛାତ୍ରଙ୍କ ବାପା ଅଟନ୍ତି।

ତେବେ ଅଭିଯୁକ୍ତଙ୍କ ବାପା ଖାନଙ୍କ ଘରେ ବୁଲଡୋଜର ଚଢାଇବା ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ବଡ ରାୟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, ମ୍ୟୁନିସିପାଲ ନିୟମ ମୁତାବକ ନୋଟିସ ଦେଇ ଅନୈତିକ ଭାବେ ନିର୍ମାଣ ହୋଇଥିବା କୋଠାକୁ ଭଙ୍ଗାଯାଇପାରେ। କୌଣସି ଅପରାଧ ମାମଲାରେ ଚଢାଯାଇପାରିବ ନାହିଁ। ଏ ନେଇ କୋର୍ଟ କହିଛନ୍ତି ଯେ, ଏହି ବିଷୟରେ କିଛି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଆବଶ୍ୟକ, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବ।

Get real time updates directly on you device, subscribe now.