କୋଲକାତା ମେଟ୍ରୋରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆବେଦନ ଶୁଳ୍କ

ଓଡ଼ିଶା ଭାସ୍କର: ମେଟ୍ରୋରେ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କୋଲକାତା ମେଟ୍ରୋ ଏହାର ଆପ୍ରେଣ୍ଟିସ୍ ପଦବୀ ପାଇଁ ଅବେଦନ ଆହ୍ୱାନ କରିଛି । ଡିସେମ୍ବର ୨୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ mtp.indianrailways.gov.inକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୨୨, ୨୦୨୫ ।

କୋଲକାତା ମେଟ୍ରୋ ରେଳବାଇରେ ମୋଟ୍ ୧୨୮ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଫିଟର(୮୨), ଇଲେକ୍ଟ୍ରିସିଆନ୍‌(୨୮), ମେଶିନିଷ୍ଟ(୯) ଏବଂ ୱେଲଡର(୯) ।

ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆବେଦନ ଶୁଳ୍କ

ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ଼ରୁ ୧୦ମ(୧୦+୨ ପରୀକ୍ଷା ପ୍ରଣାଳୀ)ରେ ସର୍ବନିମ୍ନ ୫୦% ମାର୍କ ସହ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ସହ ନୋଟିଫାଇଡ୍ ଟ୍ରେଡରେ NCVT/SCVTର ନ୍ୟାସନାଲ ଟ୍ରେଡ୍ ସାର୍ଟିଫିକେଟ୍ ଥିବା ଆବଶ୍ୟକ । ପ୍ରାର୍ଥୀ ଜଣଙ୍କ ବୟସ ୧୫ ବର୍ଷରୁ କମ୍ ଏବଂ ୨୪ ବର୍ଷରୁ ଉର୍ଦ୍ଧ୍ୱ ହେବା କଥା ନୁହେଁ ।

ଆବେଦନ ଶୁଳ୍କ : ଅଣ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । ଅନୁସୁଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ଚାଡ଼ କରାଯାଇଛି । ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କି ମାଧ୍ୟମରେ ଶୁଳ୍କ ପୈଠ କରିପାରିବେ ।