fbpx

ବୁମରା ଓ ପୋଲାର୍ଡଙ୍କୁ ୨-୨ ୱିକେଟ; ୧୩୫ ରନରେ ସୀମିତ ପଞ୍ଜାବ କିଙ୍ଗସ

ନୂଆଦିଲ୍ଳୀ: ଆଇପିଏଲ ୨୦୨୦ର ୪୨ ତମ ମ୍ୟାଚରେ ୧୩୫ ରନରେ ସୀମିତ ରହିଛି ପଞ୍ଜାବ କିଙ୍ଗସ । ଆଡେନ ମାର୍କରାମଙ୍କ ୪୨ ଏବଂ ଦୀପକ ହୁଡାଙ୍କ ୨୮ ରନ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ପଞ୍ଜାବ ମନଦୀପ ସିଂଙ୍କୁ ଖେଳାଇଥିଲା । ତେବେ ଟପ ଅର୍ଡରରେ ରାହୁଲ(୨୧), ମନଦୀପ(୧୫) ଏବଂ ଗେଲ(୧) ବିଶେଷ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ । ମାତ୍ର ଦୁଇଟି ବଲ ବ୍ୟବଧାନରେ ଗେଲ ଏବଂ ରାହୁଲଙ୍କୁ ଆଉଟ କରି ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ପୋଲାର୍ଡ ।
୪୮ ରନରେ ୪ ୱିକେଟ ହରାଇ ଦଳ ସଂଘର୍ଷ କରୁଥିବା ବେଳେ ମାର୍କରାମ କିନ୍ତୁ ଚମକ୍ରାର ବ୍ୟାଟିଂ କରିଥିଲେ । ଦୀପକ ହୁଡାଙ୍କୁ ସାଥୀକରି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ମାର୍କରାମ । ମାର୍କରାମ ୨୯ ବଲ ଖେଳି ୬ ଚୌକା ସହିତ ୪୨ ରନ କରିଥିବା ବେଳେ ହୁଡା ୨୬ ବଲରୁ ୨୮ ରନ କରିଥିଲେ । ଶେଷ ଆଡକୁ ହରପ୍ରୀତ ବ୍ରାରଙ୍କ ୧୪ ରନ ବଳରେ ପଞ୍ଜାବ ୧୩୦ ରନ ପାର କରିଥିଲା । ମୁମ୍ବାଇ ପକ୍ଷରୁ କାଏରନ ପୋଲାର୍ଡ ଏବଂ ଜସପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କୃଣାଲ ପାଣ୍ଡ୍ୟା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.