fbpx

କଳିଙ୍ଗ ଘାଟିରେ ପୁଣି ଓଲଟିଲା ବସ

ବାଲିଗୁଡା ,୩/୫(ଓଡିଶା ଭାସ୍କର): କଳିଙ୍ଗ ଘାଟିରେ ପୁଣି ବସ ଦୁର୍ଘଟଣା। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେଥିରେ ସୁୁୁରତରୁ ପ୍ରବାସୀ ଓଡିଆମାନେ ଫେରୁଥିଲେ । ଆଜି ସକାଳେ ଆଉ ଏକ ବସ ମଧ୍ୟ ମହାରାଷ୍ଟ୍ରର ଅମରାବତୀ ରାଜପଥରେ ଦୁର୍ଘଟଣା ଘଟିଥିଲା l ବସରେ ୫୦ ଜଣ ଯାତ୍ରୀ ଥିଲେ l ସେଥିମଧ୍ୟରୁ ପାଞ୍ଚ ଜଣ ଗୁରୁତର l ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି କଳିଙ୍ଗର ୨ୟ ଦୁର୍ଘଟଣା ମଧ୍ୟ ଘଟିଛି l ଏହାକୁ ମିଶାଇ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା ୩ୟ ଘଟଣା l

ସେହିିିଭଳି ଗତକାଲି କଳିଙ୍ଗା ଘାଟିରେ ବସ ଓଲଟିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.