fbpx

ଚଳନ୍ତା ବସରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

Advertisement

କଟକ: ଚଳନ୍ତା ବସରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । କଟକ ଖାନନଗର ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଏହା ଜାଣିବା ପରେ ବସରେ ସମସ୍ତ ଯାତ୍ରୀ ଛାନିଆ ହୋଇଯାଇଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ସୂଚନାରୁ ପ୍ରକାଶ ଭୁବନେଶ୍ୱରରୁ ଢ଼େଙ୍କାନାଳ ଯାଉଥିବା ଏକ ଯାତ୍ରୀବାହୀ ବସ ଡିକିରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ବସ ଡ୍ରାଇଭରଙ୍କ କହିବାନୁଯାୟୀ ଡିକିରେ ଥିବା ଜିନିଷ ଯୋଗୁଁ ନିଆଁ ଲାଗିଥାଇପାରେ । ବର୍ତ୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.