fbpx

ବଢ଼ିବନି ବସ୍ ଭଡ଼ା: ଏସଟିଏ

Advertisement

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏନେଇ ଟ୍ୱିଟ ଜରିଆରେ ବସ୍ ଭଡ଼ା ବଢ଼ିନଥିବା ସ୍ପଷ୍ଟ କରିଛି ଏସଟିଏ । ମାର୍ଚ୍ଚ ୨୧ରେ ଲାଗୁ ହୋଇଥିବା ଦର ଏବେ ବି ଅଛି ।

ଉଲ୍ଲେଖଯୋଗ୍ୟ ଯେ ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଥିଲା । ଯେତିକି ସିଟ୍ ସେତିକି ଯାତ୍ରୀ ବସ୍ରେ ଯାତ୍ରା କରିପାରିବେ । ବସ୍ ମାଲିକ ସାଧାରଣ ସମ୍ପାଦକ ଦେବନ୍ଦ୍ରେ ସାହୁ ଏନେଇ ସୂଚନା ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଟଙ୍କା । ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କିଛି ବସ୍ କାଲିଠାରୁ ଚାଲିବ । ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ପାଇଁ ଆହୁରି ୧୦ଦିନ ଲାଗିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.