fbpx

୩୦ ପ୍ରତିଶତ ଶସ୍ତା ହୋଇଯିବ ବସ୍ ଟିକେଟ୍, ନିତିନ ଗଡକରୀ କହିଲେ ପ୍ଲାନ୍

AAKASH

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଇନ୍ଧନର ବ୍ୟବହାର କମ୍ କରିବା ଉପରେ ଜୋର ଦେଇଛନ୍ତି  । ସେ କହିଛନ୍ତି ଯେ ବିଜୁଳିରେ ପରିଚାଳିତ ବସ୍ ରେ ଯାତ୍ରୀଙ୍କ ଟିକେଟ୍ ଡିଜେଲ ଚାଳିତ ବସ୍ ତୁଳନାରେ ୩୦ ପ୍ରତିଶତ କମ୍ ହୋଇପାରିବ ।

ଗଡକରୀ ସୋମବାର ଇନ୍ଦୋରରେ ଏକ ରୋଡ ପ୍ରୋଜେକ୍ଟର ଶିଳାନ୍ୟାସ ଅବସରରେ କହିଛନ୍ତି ଯେ ଦେଶର ରାଜ୍ୟ ସଡ଼କ ପରିବହନ ନିଗମକୁ କେବେବି ଫାଇଦା ମିଳିବ ନାହିଁ । କାରଣ ଏମାନଙ୍କର ବସ୍ ଦାମୀ ଇନ୍ଧନରେ ଚାଲୁଛି । ସେ କହିଛନ୍ତି ବିଜୁଳି ଚାଳିତ ଏସ ବସରେ ଯାତ୍ରୀଙ୍କ ଟିକେଟ୍ ଡିଜେଲ ଦ୍ୱାରା ପରିଚାଳିତ ବସ୍ ତୁଳନାରେ ୩୦ ପ୍ରତିଶତ ଅଧିକ ସୁଲଭ ଏବଂ ଶସ୍ତା ହୋଇପାରିବ ।

ଗଡକରୀ କହିଛନ୍ତି କେନ୍ଦ୍ର ସରକାର ସମଗ୍ର ଦେଶରେ ୫୦ ହଜାର ଇଲେକ୍ଟ୍ରି ବସ୍ ଚଳାଇବା ପାଇଁ ଯୋଜନା କରିଛନ୍ତି । ସେ କହିଛନ୍ତି ଆମକୁ ଦେଶର ପରିବହନ ବ୍ୟବସ୍ଥାକୁ ଭବିଷ୍ୟବାଦୀ ଚିନ୍ତାଧାରା ଦ୍ୱାରା ବଦଳାଇବା ଦରକାର । ଗାଡ଼ିରେ ପେଟ୍ରୋଲ-ଡଜେଲ ବଦଳରେ ବିଜୁଳି, ଗ୍ରୀନ ହାଇଡ୍ରୋଜେନ୍, ଇଥାନଲ, ବାୟୋ-ସିଏନଜି ଏବଂ ବାୟୋ ଏଲଏନଜୀ ବ୍ୟବହାର ପାଇଁ ଅଧିକ ଉତ୍ସାହିତ କରିବା ଦରକାର ।

Get real time updates directly on you device, subscribe now.