fbpx
BSKY
BJD YOUTH SKY
BJD MS SKY

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, କମିଟି ଗଠନ କଲେ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିବା ପରେ । ଏବେ ଏହାକୁ ନେଇ ବାଚସ୍ପତି ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଦରମା ଓ ଭତ୍ତା ବୃଦ୍ଧି ନେଇ ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେବ । ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ବିଜେପି ଓ କଂଗ୍ରେସ ସଦସ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ବିଧାନସଭାର ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ଶାସକ ଓ ବିରୋଧୀ ବିଧାୟକ । ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଶେଷ ଥର ପାଇଁ ୧୩ ସେପ୍ଟେମ୍ବର ୨୦୧୭ ମସିହାରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ଆଉ ସେବେ ଠାରୁ ଦରମା ବୃଦ୍ଧିରେ ବ୍ରେକ ଲାଗିଛି। ବର୍ତ୍ତମାନ ସବୁ କିଛି ମହଙ୍ଗା ହେବା ସହ ଯେଉଁ ହାରରେ ଦରବୃଦ୍ଧି ହେଉଛି ତାହା ତୁଳନାରେ ବିଧାୟକ ମାନଙ୍କ ଦରମା ବହୁତ କମ। ତେଣୁ ବିଧାୟକ ମାନଙ୍କର ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଯାଉ । ସେ ଆହୁରି କହିଥିଲେ ଯେ ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ଆମ ରାଜ୍ୟରେ ବିଧାୟନଙ୍କ ଦରମା ବହୁତ କମ୍ ରହିଛି ।

ବିଧାୟକଙ୍କ ଦରମା ବୃଦ୍ଧି ସହ ପୂର୍ବତନ ବିଧାୟକମାନଙ୍କର ପେନସନ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠାଯାଇଥିଲା ।

Get real time updates directly on you device, subscribe now.