fbpx

ଦରବୃଦ୍ଧି ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ଉତ୍ତର: କହିଲେ ବିପରୀତ ପରିସ୍ଥିତିରେ ବି ଆମର ଅର୍ଥନୀତି ରହିଛି ମଜବୁତ

AAKASH

ନୂଆଦିଲ୍ଳୀ: ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ହୋଇଥିବା ଚର୍ଚ୍ଚାକୁ ନେଇ ସୋମବାର ଅର୍ଥମନ୍ତ୍ରୀ ଉତ୍ତର ରଖିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି ଯେ ଆମେ ଏଭଳି ମହାମାରୀ ସ୍ଥିତି କେବେ ଦେଖିନଥିଲୁ । ଆମେ ସମସ୍ତେ ଏହା ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଥିଲୁ ଯେ ଯେ ଆମର ଦେଶରେ ରହୁଥିବା ଲୋକଙ୍କ ଠିକ୍ ସହାୟତା ମିଳୁ ।

ସେ ଏହି କଥାକୁ ସ୍ୱିକାର କରୁଛନ୍ତି ଯେ ସାଂସଦ ଏବଂ ରାଜ୍ୟ ସରକାର ନିଜ ଭୂମିକା ନିର୍ବାହ କରିଛନ୍ତି । ନହେଲେ ଭାରତ ସେଭଳି ନଥାନ୍ତା, ଯେମିତି ଏବେ ଅନ୍ୟ ଦେଶ ତୁଳନାରେ ରହିଛି ।  ଅର୍ଥମନ୍ତ୍ରୀ କହିଛନ୍ତି ଏହାର ପୂରା ଶ୍ରେୟ ଭାରତର ଲୋକଙ୍କୁ ଦେଉଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ସଙ୍କଟ ପରେ ଆମେ ଛିଡ଼ା ହୋଇପାରିଲୁ ଏବଂ ସବୁଠୁ ଦ୍ରୁତ ଭାବରେ ବଢ଼ୁଥିବା ଅର୍ଥବ୍ୟବସ୍ଥା ହୋଇପାରିଛୁ ।

ସୀତାରମଣ କହିଛନ୍ତି ଯେ ଦରବୃଦ୍ଧିକୁ ରାଜନୀତି କରନ୍ତୁ ନାହିଁ । ଅର୍ଥମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି ଯେ ଭାରତ ବିପରୀତ ପରିସ୍ଥିତିରେ ବି ଦ୍ରୃତ ଭାବରେ ବଢ଼ୁଛି । ସେ କହିଛନ୍ତି ଯେ ଦୁନିଆ କେଉଁଆଡ଼େ ଯାଉଛି ତାହା ମଧ୍ୟ ଦେଖିବାର ଅଛି । ଦରବୃଦ୍ଧିକୁ ଦେଶ ସହ ତୁଳନା କରିବା ଠିକ୍ ନୁହେଁ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜୁଲାଇରେ ୨୦୨୨ ର ୨ୟ ସର୍ବାଧିକ ଜିଏସଟି ୧.୪୯ ଲକ୍ଷ କୋଟି ଆଦାୟ ହୋଇଛି । ଗତ ଏପ୍ରିଲରେ ସର୍ବାଧିକ ୧.୬୭ ଲକ୍ଷ କୋଟି ଜିଏସଟି ଆଦାୟ ହୋଇଥିଲା । ଲଗାତାର ପଞ୍ଚମ ମାସ ପାଇଁ ଜିଏସଟି ଆଦାୟ ୧.୪ ଲକ୍ଷ କୋଟିରୁ ଅଧିକ ରହିଛି । ସେ ଆହୁରି କହିଛନ୍ତ ଯେ ୨୦୨୩ ବର୍ଷରେ ଭାରତର ଜିଡିପି ୭.୪% ନେଇ ଆଇଏମଏଫ ଆକଳନ କରିଛି ।

Get real time updates directly on you device, subscribe now.