fbpx

(Video) ଅଚାନକ ଏକ ବିରାଟ ଖାଲ ମଧ୍ୟକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍: ଚାଲିଗଲା ୧୦ ତୀର୍ଥଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଦୁର୍ଘଟଣା କୌଣସି କାଳ ଠାରୁ କମ୍ ନୁହେଁ । ଅନେକ ସମୟରେ ଅଚାନକ ଦୁର୍ଘଟଣା ଘଟିବା ବହୁ ଲୋକଙ୍କ ଜୀବନ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଚାଲିଯାଇଛି । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ହଠାତ୍ ଏକ ବିରାଟ ଖାଲ ମଧ୍ୟକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୦ ତୀର୍ଥଯାତ୍ରୀଙ୍କ ଜୀବନ ସବୁଦିନ ପାଇଁ ଲିଭି ଯାଇଥିଲା ।

ସୂଚନା ମୁତାବକ, ଜମ୍ମୁ କଶ୍ମୀରରୁ ଆସିଛି ଏଭଳି ଏକ ମର୍ମନ୍ତୁଦ ତଥା ଦୁଃଖଦ ଘଟଣା । ପଞ୍ଜାବର ଅମ୍ରିତସରରୁ ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାର କାତ୍ରା ଅଭିମୁଖେ ବସଟି ଯାଉଥିଲା । ମାତ୍ର ହଠାତ୍ କାଳ ମାଡ଼ି ଆସିଥିଲା । ଜମ୍ମୁର ଝାଜ୍ଜର କୋଟଲି ଅଞ୍ଚଳରେ ଅଚାନକ ବସଟି ନିୟନ୍ତ୍ରଣ ହରାଇବା ବ୍ରିଜ ତଳେ ଥିବା ଏକ ବିରାଟ ଖାଲ ମଧ୍ୟକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏହି ଦୁର୍ଘଟଣାସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ବସଟିରେ ମୋଟ ୭୫ ଜଣ ଯାତ୍ରୀ ଥିବା କୁହାଯାଉଛି । ସେମାନଙ୍କ ମଧ୍ୟରୁ ଏବେ ୩୦ ଜଣ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ମୃତକଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ।

Get real time updates directly on you device, subscribe now.