ଏହି ସବୁ ଅଭ୍ୟାସ କିଡ଼ନୀ ରୋଗୀଙ୍କ ପାଇଁ ହୋଇପାରେ ବିପଜ୍ଜନକ, ହୁଅନ୍ତୁ ସତର୍କ

News across the Earth, news close to your heart, Read Odisha Bhaskar English

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଆମେ ଠିକ୍ ଭାବରେ ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଅଣଦେଖା କରୁଛୁ । ଫଳରେ ଏହା ପରବର୍ତ୍ତୀ ସମୟରେ ଆମ ଶରୀର ପାଇଁ ବିପଦ ସୃଷ୍ଟି କରୁଛି । ଯାହାଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଉ । କିଡନୀ ହେଉଛି ଆମ ଶରୀର ସବୁଠାରୁ ଗରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ମୁତ୍ର ଜରୀଆରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରି ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆପଣଙ୍କର ଯଦି କିଛି କିଡନୀ ଜନିତ ସମସ୍ୟା ରହିଛି ତେବେ ଆପଣ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ନଚେତ୍ ଏହା ଆପଣଙ୍କ କିଡନୀ ଉପରେ ବିଶେଷ ପ୍ରଭାବ ପକାଇଥାଏ । ବିଶେଷ କରି ଏପରି କିଛି ଅଭ୍ୟାସ ଅଛି ଯାହା କିଡନୀ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅଭ୍ୟାସ ବିଷୟରେ…

କିଡନୀ ରୋଗୀଙ୍କ ପାଇଁ ବିପଦ ଏହି ଅଭ୍ୟାସ:

ଅଧିକ ଶୋଇବା: ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ସହିତ ସଠିକ୍ ଏବଂ ପ୍ରଚୁର ପରିମାଣରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ କିଡନୀ ରୋଗୀମମାନଙ୍କ କ୍ଷେତ୍ରରେ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ । ଖାସ କରି ସକାଳ ସମୟରେ ଅଧିକ ଶୋଇବା ଅଭ୍ୟାସ ଏମାନଙ୍କ ପାଇଁ ବିପଦର କାରଣ ହୋଇଥାଏ । କାରଣ ସକାଳେ ଅଧିକ ସମୟ ଶୋଇବା ଦ୍ୱାରା ଅଧିକ ମୂତ୍ର ଜମାହୋଇ ରହିବାର ସମ୍ଭାବନା ଥାଏ । ଯାହାକି କିଡନୀ ଉପରେ ଖରାପ ପ୍ରଭାବ ପକାଇବା ସହ କିଡନୀ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ତେଣୁ ଏହି ରୋଗୀମାନେ ଅଧିକ ସମୟ ଶୋଇବା ଉଚିତ୍ ନୁହେଁ ।

ଅଧିକ ଲୁଣ ଖାଇବା: ଲୁଣ ଖାଦ୍ୟର ସ୍ୱାଦ ବଢାଇଥାଏ । ଏଥିସହିତ ଆୟୋଡିନର ଅବାକୁ ମଧ୍ୟ ଏହା ପୁରା କରିଥାଏ । କିନ୍ତୁ କିଡନୀ ରୋଗୀମାନେ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ । କାରଣ ଏଥିରେ ଥିବା ସୋଡିୟମ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣଙ୍କର ଯଦି କିଡନୀ ଜନିତ କୌଣସି ସମସ୍ୟା ଅଛି ତେବେ ଆପଣ ଅଧିକ ଲୁଣ ଖାଇବା ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ନଚେତ୍ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ ।

ମଦ୍ୟପାନ କରିବା: ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ ବହୁତ କ୍ଷତିକାରକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ସୃଷ୍ଟି ହେବା ସହ ଏହା କିଡନୀ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ କିଡନୀ ରୋଗୀମାନେ ମଦ୍ୟପାନ ଠାରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ ।

ଶରୀରକୁ ସକ୍ରିୟ ନ ରଖିବା: କିଛି ଲୋକ ଅସୁସ୍ଥ ହେଲେ କେବଳ ବିଶ୍ରାମ ହିଁ କରିଥାନ୍ତି । କିନ୍ତୁ କିଡିନ ରୋଗୀଙ୍କ ପାଇଁ ଏହା ବିପଦର ଏକ କାରଣ ହୋଇଥାଏ । ତେବେ କିଡନୀରେ କିଛି ସମସ୍ୟା ଦେଖାଦେଲେ ଶରୀରକୁ ସକ୍ରିୟ ରଖିବା ଆବଶ୍ୟକ । ନଚେତ୍ ଏହା କିଡନୀ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ଆପଣଙ୍କ କିଡନୀରେ ଯଦି କୌଣସି ଅସୁବିଧା ଅଛି ତେବେ ଆପଣ ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କିମ୍ବା ଯୋଗ କରିବା ଆବଶ୍ୟକ ।

ଅଧିକ ପୋଟାସିୟମ୍ ଯୁକ୍ତ ଖାଦ୍ୟ ଖାଇବା: କିଡନୀ ରୋଗୀମାନେ ଅଧିକ ପୋଟାସିୟମ୍ ଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେଣୁ କିଡନୀରେ ସମସ୍ୟା ଥିଲେ ଆଳୁ, ମାଟି ଆଳୁ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏଥିସହିତ ବନ୍ଧାକୋବି ଏବଂ ଆଭୋକାଡୋ ଖାଇବା କିଡନୀ ରୋଗୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ, କାରଣ ଏହି ଜିନିଷରେ ପୋଟାସିୟମ୍ ଅଧିକ ପରିମାଣରେ ମିଳିଥାଏ, ଯାହା କିଡନୀକୁ ନଷ୍ଟ କରିପାରେ । ତେଣୁ କିଡିନ ରୋଗୀମାନେ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.