fbpx

ଭୁବନେଶ୍ୱରରେ ଜଳିଗଲା ବସ୍

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ଭୁବନେଶ୍ୱର ସ୍ଥିତ ସହିଦ ନଗରରେ ଏକ ଯାତ୍ରୀବାହୀ ବସ୍ ଜଳିଯାଇଥିବା ସୂଚନା ମିଳିଛି । ଇମ୍ଫା ପାର୍କ ପାଖରେ ଛିଡ଼ା ହୋଇଥିବା ବସ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ବତ୍ତର୍ମାନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଆଁଲିଭା ଜାରି ରହିଛି । ବସରେ ଭୟାବହ ଅଗ୍ନିକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ବେଳେ ବସରେ କୌଣସି ଯାତ୍ରୀ ନଥିବା ସୂଚନା ମିଳିଛି । ବର୍ତ୍ତମାନ ମସର କର୍ମଚାରୀଙ୍କୁ ପୋଲିସ ଖୋଜୁଛି ।

Get real time updates directly on you device, subscribe now.