fbpx

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍: ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ସରକାର

ଭୁବନେଶ୍ୱର: ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ନୂଆ ବ୍ୟବସ୍ଥା କରୁଛନ୍ତି ଓଏସଆରଟିସି । ଏହି ସମୟରେ ରାଜ୍ୟର ପ୍ରତିଟି ବ୍ଲକରୁ ପୁରୀକୁ ବସ୍ ସେବା ଯୋଗାଇ ଦିଆଯିବ । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ବସ୍ ଯିବ ବୋଲି ଘୋଷଣା କରାଯାଇଛି । ଏ ନେଇ ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସଡ଼କ ପରିବହନ ନିଗମ ବୈଠକରେ ମନ୍ତ୍ରୀଙ୍କ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ବ୍ଲକରୁ ପୁରୀକୁ ବସ୍ ସେବା ଯୋଗାଇ ଦିଆଗଲେ ଚଳିତବର୍ଷ ରଥଯାତ୍ରାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

ତେବେ କେବଳ ପୁରୀ ନୁହେଁ, ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ବସ୍ ସେବା ଯୋଗାଇ ଦିଆଯିବ । ଅଯୋଧ୍ୟା, ତିରୁପତି, ବୃନ୍ଦାବନ ଏବଂ ବାରାଣସୀ ଭଳି ତୀର୍ଥସ୍ଥାନକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ପ୍ରତିଟି ବ୍ଲକରେ ବସ୍ ଚାଲୁ ହେବ ବୋଲି ଘୋଷଣା ହୋଇଛି । ଏ ନେଇ ସଡ଼କ ପରିବହନ ନିଗମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.