fbpx

ରାଜସ୍ଥାନ ଅଭିମୁଖେ ବାରିପଦା ଛାଡିଲା ବସ୍

ରାଜସ୍ଥାନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦାସବସ। କରୋନା ବିଶ୍ଵ ମହାମାରୀ ସାଜି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିବା ବେଳେ ବାଦ୍ ପଡିନି ଆମ ଦେଶ ଏବଂ ରାଜ୍ୟ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରି ଲକଡାଉନ ଘୋଷଣା କରି ବଳବତ୍ତର ରଖିଛନ୍ତି ସରକାର। ଏହାର ପ୍ରଭାବରେ ରାଜ୍ୟର ଅନେକ ଲୋକ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଯାଇଥିବା ଜଣାପଡ଼ିଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ବହୁ ଲୋକ ସୁଦୂର ରାଜସ୍ଥାନ ରାଜ୍ୟ କୋଟା ଠାରେ ଲକଡାଉନ ଯୋଗୁଁ ଫସି ରହିଛନ୍ତି। ସେମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଦାସ୍ ବସ୍ ‘ ଆଜି ବାରିପଦା ରୁ ରାଜସ୍ଥାନର କୋଟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ନିରାପଦ ଏବଂ ସଫଳ ହେଉ ବୋଲି ମନାସିଛନ୍ତି ସ୍ଥାନୀୟ ଲୋକମାନେ। ତେବେ ବାରିପଦା ରୁ କୋଟା ର ଦୂରତା ପ୍ରାୟ ୧୭୫୦କିମି ବୋଲି ଜଣାପଡିଛି।

Get real time updates directly on you device, subscribe now.