fbpx
BJD
BJD SKY
BJD SKY

(Video) ଧକ୍କା ଦେଲା ହାଇୱା: ରାସ୍ତା ତଳକୁ ଓଲଟିଲା ୭୦ ଯାତ୍ରୀ ଥିବା ଏକ ବସ୍

ନୂଆଦିଲ୍ଲୀ: ଆଜି ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ୭୦ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ରାସ୍ତା ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୫୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତା ଛପୋଲିଆ ନିକଟରେ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଚାନ୍ଦବାଲିରୁ ୭୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଖବର ମୁତାବକ, ବସଟି ଚାନ୍ଦବାଲିରୁ ଭୁବନେଶ୍ୱର ଆଡ଼କୁ ଆସୁଥିଲା । ହଠାତ୍ କଟକ-ଚାନ୍ଦବାଲି ରାସ୍ତା ଛପୋଳିଆ ନିକଟରେ ଏକ ହାଇୱା ଉକ୍ତ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତାତଳକୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୨୫ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ବସଟିକୁ ରାସ୍ତା ତଳୁ ଦୌଡ଼ି ସହାୟତାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଅନ୍ୟପକ୍ଷରେ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ରାସ୍ତାଘାଟ ସତେ ଯେମିତି ମରଣଯନ୍ତା ପାଲଟିଛି । ଦୈନିକ ରାଜ୍ୟର କେଉଁଠି ନା କେଉଁଠି ଦୁର୍ଘଟଣା କାରଣରୁ ମୃତାହତ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ରାସ୍ତାରେ ଯାତାୟାତ କରୁଥିବା ସମୟରେ ଅତ୍ୟନ୍ତ ସାବଧାନ ରହିବା ଜରୁରୀ । ଏଥିରେ ଟିକିଏ ବ୍ୟତିକ୍ରମ ହେଲେ ଜୀବନ ହାନୀ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.