fbpx

ଶ୍ରୀ ସମ୍ମେଦ ଶିଖର୍ଜୀକୁ ପର୍ଯ୍ୟଟନସ୍ଥଳୀ କରିବା ନେଇ ଦାବି, ମୁମ୍ବାଇରେ ଜୈନ ସମାଜ ଲୋକଙ୍କ ରାସ୍ତା ଅବରୋଧ

ମୁମ୍ବାଇ: ଝାଡ଼ଖଣ୍ଡରେ ସ୍ଥିତ ସମ୍ମେଦ ଶିଖର୍ଜୀକୁ ପର୍ଯ୍ୟଟନସ୍ଥଳୀ ରୂପରେ ନାମିତ କରିବା ଏବଂ ଗୁଜରାଟର ପଲିତାଣାରେ ଜୈନ ମନ୍ଦିର ଭଙ୍ଗାଯିବା ମାମଲା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଏପରି ସମୟରେ ଆଜି ମୁମ୍ବାଇର ଆଜାଦ ମଇଦାନରେ ଜୈନ ସମାଜର ଏକ ବଡ଼ ଅନ୍ଦୋଳନ ଜାରି ରହିଛି । ଏହି ଜୈନ ସମାଜର ରାଲି ମୁମ୍ବାଇର ମେଟ୍ରୋ ସିନେମା ସ୍ଥାନରୁ ଅରମ୍ଭ ହୋଇ ଆଜାଦ ମଇଦାନ ସଭାରେ ଶେଷ ହେବ ।

ତେବେ ବୁଧବାର ଦିନ ଅର୍ଥାତ ଆଜି ସକାଳୁ ଜୈନ ସମାଜର ପ୍ରଦର୍ଶନ ଆରମ୍ଭ ହୋଇସାରିଛି । ରାସ୍ତାକୁ ବନ୍ଦ କରି ଦିଆଯାଇଛି ଏବଂ ତୀର୍ଥସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ରୂପ ଦେବା ପାଇଁ ଦାବି କରାଯାଇଛି । ତେଣୁ ଏଥିପାଇଁ ବହୁ ସଂଖ୍ୟାରେ ଜୈନ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଧିରେ ଧିରେ ରାଲିର ସଂଖ୍ୟା ବଢିବାରେ ଲାଗିଛି । କହିବାକୁ ଗଲେ ଶ୍ରୀ ସମ୍ମେଦ ଶିଖର୍ଜୀ ସ୍ଥଳକୁ ପର୍ଯ୍ୟଟନସ୍ଥଳ ମାନ୍ୟତାର ବିରୋଧ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ପାରସନାଥ ସମ୍ମେଦ ଶିଖର୍ଜୀକୁ ଚାଲିଥିବା ବିବାଦକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଏହି ମାମଲାର ଅଧିକ ତଥ୍ୟ ତାଙ୍କ ପାଖେ ନାହିଁ । ସେ କେବଳ ଜାଣିଛନ୍ତି ଯେ, କେନ୍ଦ୍ର ସରକାର ସେହି ତୀର୍ଥ ସ୍ଥାନକୁ ବିପଦ ଅଂଚଳ ବୋଲି ଘୋଷଣା କରିଛନ୍ତି, ଯାହାକୁ ନେଇ ବିବାଦ ଚାଲିଛି । ସେଥିପାଇଁ ସେ ଏହି ମାମଲାର କୌଣସି ଶୁଣାଣି କରିପାରିବେ ନାହିଁ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି କାହିଁକି ନେଇଛନ୍ତି ତାର କାରଣ ଜାଣିବା ପରେ କିଛି କୁହାଯାଇ ପାରିବ । ସେ ସବୁ ଧର୍ମକୁ ସମାନ ରୂପରେ ଦେଖୁଛନ୍ତି ବୋଲି କହିଛନ୍ତି ଏବଂ ଏହି ସମସ୍ୟାର ସମାଧାନ ପାଇଁ ସେ ଚେଷ୍ଟା କରିବେ ।

ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶରେ ଜୈନ ସମାଜ ଝାଡ଼ଖଣ୍ଡର ସମ୍ମେଦ ଶିଖର୍ଜୀ ପର୍ଯ୍ୟଟନ ସ୍ଥାନ ବିରୋଧରେ ଏକ ନିରବ ଶୋଭାଯାତ୍ରା କରି ବିରୋଧ କରୁଛି । ଜୈନ ସମାଜ ଅନୁସାରେ, ଯେହେତୁ ଦେଶରେ ଲକ୍ଷ ଲକ୍ଷ ଲୋକେ ଜୈନ ସମ୍ପ୍ରଦାୟର ଅଛନ୍ତି ତେବେ ଏହି ଆନ୍ଦୋଳନ ହେଉଛି ଧାର୍ମିକ ସ୍ଥାନର ପବିତ୍ରତା ବଜାୟ ରଖିବା ।

ଏହି ଜୈନ ସମ୍ପ୍ରଦାୟର ବିରୋଧକୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଏସପି ସୁପ୍ରିମୋ ମାୟାବତୀ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି ଯେ ‘ଭାରତ ଭଳି ଏକ ଧର୍ମନିରପେକ୍ଷ ଦେଶରେ ଜୈନ ଧର୍ମର ଲୋକମାନେ ବର୍ତ୍ତମାନ ସେମାନଙ୍କର ଧାର୍ମିକ ସ୍ଥାନଗୁଡିକର ନିରାପତ୍ତା ତଥା ପବିତ୍ରତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି ଏବଂ ଇଣ୍ଡିଆ ଗେଟ୍ ସମେତ ରାସ୍ତାରେ ଜୋରଦାର ବିରୋଧ କରୁଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଚିନ୍ତାର ବିଷୟ । ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବା ନାମରେ ବାଣିଜ୍ୟିକ ଦୃଷ୍ଟିକୋଣରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଭାବରେ ପ୍ରୋତ୍ସାହନ ଦିଆଯାଉଛି। ଭକ୍ତମାନଙ୍କ ମଧ୍ୟରେ କମ୍ ଖୁସି ଏବଂ ଅଧିକ ଅସନ୍ତୋଷ ପରିଲକ୍ଷିତ ହେଉଛି । ଯଦି ସରକାରମାନେ ଧର୍ମର ଆଧ୍ୟାତ୍ମିକତା ଏବଂ ଧାର୍ମିକ ସ୍ଥାନଗୁଡ଼ିକର ପବିତ୍ରତା ବଜାୟ ରଖନ୍ତି ତେବେ ଏହା ଭଲ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.