fbpx

ଓଲଟି ପଡିଲା ବସ, ଆଠଜଣ ଗୁରୁତର

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାରେ ଏକ ଘରୋଇ ବସ ଓଲଟି ପଡି, ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଝାଡଖଣ୍ଡ ଯାଉଥିବା ବେଳେ ଦୁର୍ଘଟଣା ଘଟିବାର କଥା ସାମ୍ନାକୁ ଆସିଛି । ବସରେ ଥିଲେ ୪୦ଜଣ ଯାତ୍ରୀ ସେଥିମଧ୍ୟରୁ ଆଠ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳେ ମହୁଲିଡିହା ଥାନା ଘୁଳଘୁଳିଆ ଠାରେ ଦୁର୍ଘଟଣା ଘଟିଥିଲା । ବସଟି ନିଜର ଭାରସାମ୍ୟ ହରାଇ ଗଛକୁ ପିଟି ଦେଇଥିଲା । ଫଳରେ ଓଲଟି ପଡିଥିଲା ଯାତ୍ରୀବାହୀ ବସ । ଏଥିରେ ଚାଳିସ ଜଣ ଯାତ୍ରୀ ଭୁବନେଶ୍ୱରରୁ ଝାଡଖଣ୍ଡ  ଯାତ୍ରା କରୁଥିଲେ ।

ବସଟି ଓଲଟିବା ପରେ ଲୋକେ ବସରୁ ବିଭିନ୍ନ କୌଶଳରେ ବାହାରି ଅନ୍ୟ ଯାତ୍ରୀ ମାନଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ । ହେଲେ ଦେଖାଦେଇଛି ସେଥିମଧ୍ୟରୁ ଆଠ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଅଛି । ଏହାପରେ ଆମ୍ବୁଲାନ୍ସ ଡକାଯାଇ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.