fbpx

ବସ୍-ଟ୍ରକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି: ଡିଜିପ

ଭୁବନେଶ୍ୱର, ୫ା୯(ଓଡ଼ିଶା ଭାସ୍କର): ଛତିଶଗଡ଼ ରାୟପୁରରେ ବସ୍-ଟ୍ରକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।  ରାୟୁପର ପୋଲିସର ତଥ୍ୟ ପରେ ଡ଼ିଜିପ ଅଭୟ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ପଦ୍ମପୁର ଏସଓପିଙ୍କ ନେତୃତ୍ୱରେ ଏକ ଟିମ୍ ଜୟପୁର ଯାଇଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।୫୯ଜଣ ସୁରକ୍ଷିତ ଥିବା ଜଣାପଡ଼ିିଛି ।

ଉଲ୍ଳେଖଯୋଗ୍ୟ ଯେ ଛତିଶଗଡ଼ ଛେରିଖେଡ଼ିରେ ଆଜି ଏକ ବସ୍ ଓ ଟ୍ରକ ମୁହାଁମୁହାଁ ହୋଇଥିଲା । ଏହି ମର୍ମନ୍ତୁଦ ସଡ଼ର୍କ ଦୁର୍ଘଟଣା ଭୋର ୩ଟା ୩୦ରେ ହୋଇଥିଲା । ଓଡ଼ିଶାରୁ ଶ୍ରମିକ ନେଇ ଗୁଜୁରାଟକୁ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।

Get real time updates directly on you device, subscribe now.