fbpx

ବାଂଲାଦେଶ ସଂକଟରେ ଘାଣ୍ଟି ହେଉଛନ୍ତି ଏହି ୧୬ ଭାରତୀୟ କମ୍ପାନୀ, ଷ୍ଟକରେ ଲାଗି ରହିଛି ଉନ୍ନତି- ଅବନତି

ଓଡିଶା ଭାସ୍କର: ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭାରି ରାଜନୈତିକ ସଂକଟ ଲାଗି ରହିଛି । ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଦେଶ ଛାଡି ଏବେ ଭାରତରେ ଶରଣ ନେଇଛନ୍ତି । ଏହାସହ ହିଁ ବାଂଲାଦେଶରେ ନିବେଶ କରିଥିବା ବହୁ ଭାରତୀୟ କମ୍ପାନୀଙ୍କ ଭବିଷ୍ୟତ ବି ଏବେ ସଂକଟରେ । ଏଥିରେ ଷ୍ଟକ ଏକଞ୍ଜେଚରେ ଥିବା ଅନେକ ପ୍ରସିଦ୍ଧ କମ୍ପାନୀ ବି ରହିଛନ୍ତି । ବାଂଲାଦେଶ ସଂକଟରେ ଘାଣ୍ଟି ହେଉଛନ୍ତି ନିମ୍ନସ୍ଥ କମ୍ପାନୀ ….

ବାଂଲାଦେଶର ହିଂସକ ବିରୋଧ ପ୍ରଦର୍ଶନର ପ୍ରଭାବ ଭାରତରେ ମଧ୍ୟ ପ୍ରତିଫଳିତ ହେଉଛି ଭିନ୍ନ ରୂପରେ । ସଫୋଲା (saffola) ଖାଦ୍ୟ ତେଲ ତିଆରି କରୁଥିବା କମ୍ପାନୀ ମୈରିକୋ (Marico)ର ସେୟାର ୪ ପ୍ରତିଶତ କମିଯାଇଛି । ଏହାର ବିକ୍ରି ବାଂଲାଦେଶରେ ନେଗେଟିଭ ଦେଇ ଗତି କରୁଛି । ସେପଟେ ପଲ ଗ୍ଲୋବାଲ ଇଣ୍ଡଷ୍ଟ୍ରି ସେଠାରେ ନିଜର ଅଫିସ ଅସ୍ଥାୟୀ ଭାବରେ ବନ୍ଦ କରି ଦେଇଛି । ତାହାର ସେୟାର ମଧ୍ୟ ୩ ପ୍ରତିଶତ କମିଛି । ଏହାସହ ଇମାମିର ସେୟାର ବି ପ୍ରାୟ ୪ ପ୍ରତିଶତ କମିଛି ।
ଏତତବ୍ୟତୀତ ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରି(Pearl Global Industries), ଇମାମି (Emami), ବାୟାର କାଁର୍ପ (Bayer Corp), ଜିସିପିଏଲ(GCPL), ବ୍ରିଟାନିଆ(Britania), ବିକାଶ ଲାଇଫକେୟାର (Vikas Lifecare), ଡାବର( Dabur), ଏସିଆନ ପେଣ୍ଟସ(Asian Paints), ଜୁବିଲେଣ୍ଡ ଫୁଟବକର୍ସ (Jbilant Foodworks), ବିଆଇପି (VIP), ଟାଟା ମୋଟର୍ସ (TATA Motors), ହିରୋ ମୋଟୋକାଁର୍ପ (Hero Motocorp) ଓ ବଜାଜ ଭଳି କମ୍ପାନୀ ସହ ଅନେକ କମ୍ପାନୀ କ୍ଷତିରେ ଚାଲିଛନ୍ତି ।

ବାଂଲାଦେଶରେ ସଂକଟ ଅଶାନ୍ତି ଓ ଚିନ୍ତାକୁ ବହୁଗୁଣିତ କରିଛି । ସେଠାରେ ଥିବା ଭାରତୀୟ କମ୍ପାନୀ ଏବେ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ୟାର୍ନ ଏକ୍ସପୋର୍ଟକୁ ବି ଝଟକା ଲାଗିବାର ଆଶଙ୍କା କରାଯାଉଛି । ଏହି କମ୍ପାନୀ ବାଂଲାଦେଶରେ ନିଜର ୨୫-୩୦ ପ୍ରତିଶତ ବ୍ୟବସାୟ କରେ । କମ୍ପାନୀର ସେୟାରରେ କମି ଦେଖିବାରେ ମିଳିଲାଣି । ଏହାବାଦ ଗାରମେଣ୍ଟସ କମ୍ପାନୀର ସେୟାର ମଧ୍ୟ ବାଂଲାଦେଶ ସଂକଟ ପାଇଁ କମିଛି । କିନ୍ତୁ, ଗୋଲଦାସ ଏକ୍ସପୋର୍ଟର ସେୟାର ପ୍ରାୟ ୧୮ ପ୍ରତିଶତ, କେପିଆର ମିଲର ପ୍ରାୟ ୧୬ ପ୍ରତିଶତ, ଅରବିନ୍ଦ ଲିମିଟେଡରର ୧୧ ପ୍ରଥିଶତ ଷ୍ଟକ ବୃଦ୍ଧି ହୋଇଛି । ସେହିଭଳି ଏସପି ଏପୈରଲ୍ସର ୧୮ ପ୍ରତିଶତ, ସେଞ୍ଚୁରୀ ଏଙ୍କାର ୨୦ ପ୍ରତିଶତ ତଥା ନାହର ସ୍ପିନିଂର ଷ୍ଟକରେ ମଧ୍ୟ ୧୪ ପ୍ରତିଶତ ଉନ୍ନତି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.