fbpx

ଶସ୍ତାରେ କିଣନ୍ତୁ ଆଇଫୋନ-୧୩, ଫ୍ଲିପକାର୍ଟରେ ଚାଲିଛି ବମ୍ପର ଅଫର

ସମସ୍ତେ  ଶସ୍ତାରେ ସ୍ମାର୍ଟଫୋନ କିଣିବା ପାଇଁ ଚାହାଁନ୍ତି । ତେବେ ବର୍ତ୍ତମାନ ଆଇଫୋନ-୧୩କୁ ଆପଣ ଆକର୍ଷିତ ମୂଲ୍ୟରେ କିଣିପାରିବେ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ମିଳୁଛି ଏହି ବମ୍ପର ଅଫର । ଏଠାରେ ଆପଣଙ୍କୁ ପୁରା ୫୦ହଜାର କମ ମୂଲ୍ୟରେ ମିଳିବ ଆଇଫୋନ-୧୩ । ଏହା ସହ ଆପଣଙ୍କୁ ବହୁ ଗୁଡ଼ିଏ ଅଫର ମିଳିପାରିବ ।

ଫ୍ଲିପକାର୍ଟର ବିଗ ବିଲିୟନ ଡେ ସେଲ୍ସରେ ହ୍ୟାଣ୍ଡ ସେଟ ୫୦ ହଜାର ଟଙ୍କା ଅଫରରେ ମିଳୁଥିଲା । ହେଲେ ବର୍ତ୍ତମାନ ତାକୁ ଆପଣ ଦ୍ୱିତୀୟ ଥର ଶସ୍ତାରେ କିଣିପାରିବେ । କହିବାକୁ ଗଲେ ଆପଣ ବିଗ ବିଲିୟନ ଡେ ର ବମ୍ପର ପ୍ରାଇସ ପରି ପାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଫୋନକୁ ଆପଣ କେତେ ଟଙ୍କା ଅଫରରେ କିଣି ପାରିବେ ।

ଏହି ଡିଲଟି ଫ୍ଲିପକାର୍ଟରେ ହିଁ ଉପଲବ୍ଧ ଅଛି ଏବଂ ଆପଣ ଏହି ହ୍ୟାଣ୍ଡସେଟକୁ ଶସ୍ତାରେ କିଣିପାରିବେ । ଆଇଫୋନ-୧୩ ଫ୍ଲିପକାର୍ଟରେ ୬୫ ହଜାର ୯ଶହ ୯୯ ଟଙ୍କାରେ ମିଳୁଛି । ଏଥିରେ ୧୨୮ଜିବି ଷ୍ଟୋରେଜ ରହିଛି । ସ୍ମାର୍ଟଫୋନ ଉପରେ ୫ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ରଖାଯାଇଛି । ଏହାସହ ହ୍ୟାଣ୍ଡସେଟରେ ୧୭,୫୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି । ତେବେ ଆପଣ ନିଜର ଫାଇଦା ଉଠାଇ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିପାରିବେ । ସବୁ ଡିକ୍ସାଉଣ୍ଟକୁ ମିଶାଇ ଆପଣ ଏହାକୁ ୫୦ ହଜାର ଶସ୍ତାରେ କିଣିପାରିବେ । ଧ୍ୟାନ ରଖନ୍ତୁ କୌଣସି ଫୋନର ଏକ୍ସଚେଞ୍ଜ ମୂଲ୍ୟ, ଫୋନ କଣ୍ଡିସନ ଉପରେ ନିର୍ଭର କରେ ।

ଆପେଲ ଆଇଫୋନ-୧୩ ସ୍ମାର୍ଟଫୋନ ଏ୧୫ ବାଓନିକ ଚିପସେଟ ଉପରେ କାମ କରୁଛି । ଏହା ସେହି ଚିପସେଟ ଯାହା ଆଇଫୋନ ୧୪ରେ ମିଳିଥାଏ । ଏହାଛଡ଼ା ଏହି ଫୋନ ୬.୧ ଇଂଚର ସୁପର ରେଟିନା ଏକ୍ସଡିଆର ସ୍କ୍ରିନ ସହିତ ଆସିଥାଏ । ଏହାସହ ଏଥିରେ ଡୁଆଲ ରିୟଲ କ୍ୟାମେରା ସେଟଅପ ମିଳୁଛି । ଯାହାର ମେନ ଲେନ୍ସ ୧୨ଏମପିର ଅଟେ । ଏହାସହ ଏଥିରେ ୧୨ ଏମପିର ଅଲଟ୍ରା ବାଇଡ ଇଗଲ ଲେନ୍ସ ଦିଆଯାଇଛି ।

ଆପଣ ଯଦି ଲଙ୍ଗ ଟର୍ମ ପାଇଁ ଆଇଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଅପ୍ସନକୁ ହାତଛଡ଼ା କରନ୍ତୁ ନାହିଁ । ଏଥିରେ ଆପଣଙ୍କୁ ସେହି ଫିଚର ମିଳିବ ଯାହା ଆଇଫୋନ ୧୪ରେ ରହିଛି । ଏହି ଫୋନରେ କିଛିଟା ଅନ୍ତର ରହିଛି ହେଲେ ଏହା ସେପ୍ଟେମ୍ବର ଅପଡେଟ ଅଟେ ଏବଂ ଠିକ ମୂଲ୍ୟରେ ବି କିଣିପାରିବେ ।

Get real time updates directly on you device, subscribe now.