fbpx

ବିଲେଇକୁ ବିଶ୍ୱାସ କରୁଛନ୍ତି କି ? ଜାଣନ୍ତୁ ବିଲେଇ ଦେଇଥାଏ ଶୁଭ ଅଶୁଭ ସଂକେତ

ଶାସ୍ତ୍ର, ଧର୍ମ, ପରମ୍ପରାରେ ପରିପୂର୍ଣ୍ଣ ଭାରତ । ଯେଉଁଠାରେ ସବୁଧର୍ମର ଲୋକେ ବସବାସ କରନ୍ତି । ଏଥିସହିତ ବିଶ୍ୱରେ ଧାର୍ମିକ ଦେଶ କୁହାଗଲେ ଭାରତକୁ ହିଁ ବୁଝାଇଥାଏ । କାରଣ ଏଠାରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର ବିଶ୍ୱାସ ଜାଗ୍ରତ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ବିଲେଇକୁ ନେଇ ଲୋକଙ୍କ ମନରେ ରହିଥିବା ବିଶ୍ୱାସ । ତେବେ ଆସନ୍ତୁ ଜାଣିବା ବିଲେଇ ଶୁଭ ଅଶୁଭ ର କିପରି ଦିଏ ସଂକେତ ।

ତେବେ ହିନ୍ଦୁ ଧର୍ମରେ ରାହୁଙ୍କୁ ଅଶୁଭ ଗ୍ରହ ବୋଲି ବିବେଚନା କରାଯାଏ । ରାହୁ ଯେତେବେଳେ କୌଣସି ବ୍ୟକ୍ତିର ରାଶିରେ ଚଳନ କରନ୍ତି ସେହି ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଏ । ତେବେ ବିଲେଇକୁ ରାହୁଙ୍କ ବାହାନ ବୋଲି କୁହାଯାଇଥାଏ । ତେଣୁ ବିଲେଇର କିଛି ବ୍ୟବହାର ଆମ ଜୀବନରେ ଆସୁଥିବା ଶୁଭ ଅଶୁଭ ଘଟଣା ବିଷୟରେ ସଂକେତ ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ବିଲେଇ ଦେଉଥିବା କିଛି ଶୁଭ ଓ ଶୁଭ ସଂକେତ ବିଷୟରେ…

ବିଲେଇ ରାସ୍ତା ଅତିକ୍ରମ କଲେ : ହିନ୍ଦୁ ଧର୍ମ ଶାସ୍ତ୍ରରେ ଅଶୁଭ ଗ୍ରହ ରାହୁଙ୍କ ବାହାନ ବିଲେଇ । ଯେତେବେଳେ ଆପଣ କୌଣସି କାଯ୍ୟରେ ବାହାରକୁ ଯାତ୍ରା କରନ୍ତି ସେତେବେଳେ ଯଦି ବିଲେଇ ଆପଣଙ୍କ ରାସ୍ତା କାଟେ ତାହା ଅଶୁଭ ସଂକେତ ଦେଇଥାଏ । ତେଣୁ ଶେହି ସମୟରେ କିଛି କ୍ଷଣ ପାଇଁ ଅଟକି ପୁଣି ଯାତ୍ରା କରିବା ଶୁଭ ହୋଇଥାଏ ।

ଘରେ ବିଲେଇ କାନ୍ଦିଲେ: ଶାସ୍ତ୍ର ଅନୁସାରେ ବିଲେଇକୁ ରାହୁଙ୍କ ବାହାନ ବୋଲି କୁହାଯାଏ । ତେଣୁ ଯଦି ଆପଣଙ୍କ ଘରେ ବିଲେଇ କାନ୍ଦୁଛି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ସହିତ କିଛି ଅଘଟଣ ଘଟିବାକୁ ଯାଉଛି । ତେଣୁ ।ପଣ ଏଥିପ୍ରତି ସତର୍କ ଏବଂ ସାବଧାନ ରହିବା ଆବଶ୍ୟକ । ଯଦି ବିଲେଇର ଏହି ସଂକେତକୁ ଅଣଦେଖା କରନ୍ତି ତେବେ ହୁଏତ ଆପଣ ବିପଦରେ ପଡିପାରନ୍ତି ।
ଦୀପାବଳୀରେ ଘରେ ବିଲେଇର ପ୍ରବେଶ: ଶାସ୍ତ୍ର ଅନୁସାରେ ଯଦି ଦୀପାବଳୀ ଦିନ ଆପଣଙ୍କ ଘରେ ବିଲେଇ ପ୍ରବେଶ କରେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ । ଏହି ଦିନରେ ଘରକୁ ବିଲେଇ ଆସିଲେ ଆପଣଙ୍କ ଘରେ ପୁରା ବର୍ଷ ମା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଦୀପାବଳୀ ଦିନ ଘରେ ବିଲେଇର ପ୍ରବେଶ ଶୁଭ ହୋଇଥାଏ ।

ବିଲେଇ ଝଗଡା କଲେ: ଯଦି ବିଲେଇ ଆପଣଙ୍କ ଘରେ କିମ୍ବା ଆଖୁାଖରେ ଝଗଡା କରୁଥାନ୍ତି , ତେବେ ଏହାର ସଙ୍କେତ ହେଉଛି ଆପଣଙ୍କର ଘରେ କିମ୍ବା ବାହାରେ କାହା ସହିତ ଝଗଡା ହୋଇପାରେ । ତେଣୁ ଏହି ସମୟରେ ଆପଣ ନିଜ ଉପରେ ନିୟନ୍ତ୍ରଣ ରଖିବା ସହ ଠଗଡା ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.