fbpx

୨୦୪୭ ସୁଦ୍ଧା ଆତ୍ମନିର୍ଭରଶୀଳ ହେବ ଭାରତୀୟ ନୌସେନା : ସ୍ୱଦେଶୀ ସାମର୍ଥ୍ୟର ପ୍ରତୀକ INS ବିକ୍ରାନ୍ତ

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ଶନିବାର କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତୀୟ ନୌସେନା ଆତ୍ମନିର୍ଭରଶୀଳ ହେବ । ନୌସେନା ଦିବସ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ମହାସାଗରରେ ଚୀନର ସାମରିକ ତଥା ଅନୁସନ୍ଧାନ ଜାହାଜ ଗୁଡ଼ିକ ଉପରେ ନୌସେନା ନଜର ରଖିଛି । ତେବେ ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ନୌସେନା ଏକ ଉଚ୍ଚ କାର୍ଯ୍ୟକ୍ଷମ ଗତି ହାସଲ କରିଛି । ସେହିପରି ଭାରତ ଆଗକୁ ବଢିିବା ସହିତ ସାମୁଦ୍ରିକ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ନୌସେନା ମୁଖ୍ୟ କହିଛନ୍ତି, ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ଆମକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ନୌସେନା ନିଶ୍ଚିତ କରିଛି ଯେ ୨୦୪୭ ସୁଦ୍ଧା ଭାରତୀୟ ନୌସେନା ଆତ୍ମନିର୍ଭରଶୀଳ ହେବ । ୟୁକ୍ରେନ ବିବାଦ ପରି ସାମ୍ପ୍ରତିକ ବିଶ୍ୱସ୍ତରୀୟ ଘଟଣା ଦର୍ଶାଇଛି ଯେ ଭାରତର ସୁରକ୍ଷା ଆବଶ୍ୟକତା ପାଇଁ ଭାରତୀୟ ନୌସେନା ଅନ୍ୟମାନଙ୍କ ଉପରେ ନିର୍ଭର କରିବ ନାହିଁ । ବିମାନ ବାହକ ଆଇନଏସ ବିକ୍ରାନ୍ତକୁ ଭାରତୀୟ ନୌସେନାରେ କମିଶନ କରିବା ଭାରତ ପାଇଁ ଏକ ଐତିହାସିକ ଘଟଣା ଥିଲା । ନୌସେନାରେ ପ୍ରାୟ ୩୦୦୦ ଅଗ୍ନିବୀର ଯୋଗ ଦେଇଛନ୍ତି, ଯେଉଁଥିରେ ୩୪୧ ଜଣ ମହିଳା ସାମିଲ ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ମହିଳା ନାବିକମାନଙ୍କୁ ନିୟୋଜିତ କରିବାକୁ ଯାଉଛି ଭାରତୀୟ ନୌସେନା ।
ସେ କହିଛନ୍ତି ଯେ, ପ୍ରଥମ ସ୍ୱଦେଶୀ ବିମାନ ବାହକ ଆଇଏନଏସ ବିକ୍ରାନ୍ତ ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଚିରେ କମିଶନ କରାଯାଇଥିଲା । ଏହା ନୌସେନାର ନେତୃତ୍ୱ, ଡିଜାଇନର, ଯୋଜନାକାରୀ, କୋଚିନ ସିପିୟାଇର ଶ୍ରମିକ, ଶିଳ୍ପ ଏବଂ ଅନ୍ୟାନ୍ୟ ସହାୟକ ଏଜେନ୍ସି ଏବଂ କର୍ମଚାରୀଙ୍କ ମାନଙ୍କର ନିରନ୍ତର ପ୍ରୟାସକୁ ଦର୍ଶାଉଛି । ଆଇଏନଏସ ବିକ୍ରାନ୍ତ ଆମ ସ୍ୱଦେଶୀ ସାମର୍ଥ୍ୟର ପ୍ରତୀକ ଏବଂ ଏହା ଆମର ଆତ୍ମବିଶ୍ୱାସକୁ ବଢାଇଥାଏ । ଏହା ବିଶ୍ୱରେ ଭାରତର ସ୍ଥିତିକୁ ବୃଦ୍ଧି କରିଛି । ଆଗାମୀ ବର୍ଷରେ ଭାରତ ପ୍ରଶାନ୍ତ ମହାସାଗରରେ ଆଇଏନଏସ ବିକ୍ରାନ୍ତ ଗର୍ବର ସହିତ ତ୍ରିରଙ୍ଗା ପତାକା ଉଡ଼ାଇବ ।

Get real time updates directly on you device, subscribe now.