fbpx

ସୋମବାରଠାରୁ ଶସ୍ତାରେ ମିଳିବ ସୁନା, ଜାଣନ୍ତୁ କିଣିବେ କେଉଁଠୁ?

ଲକ୍-ଡାଉନରେ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଗତ ୫ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯଦି ଆପଣ କମ୍ ମୂଲ୍ୟରେ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଉପାୟ । ସରକାରଙ୍କ ପକ୍ଷରୁ FY ୨୦୨୧ରେ Sovereign Gold Bondର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଆପଣ ଏହି ପର୍ଯ୍ୟାୟରେ ଶସ୍ତା ମୂଲ୍ୟରେ ସୁନା କିଣିପାରିବେ । ମେ ୧୧ରୁ ମେ ୧୫ ପର୍ଯ୍ୟନ୍ତ ଏହା ଖୋଲା ରହିବ ।

ଏଥିରେ ସବସ୍କ୍ରିପସନ୍ ପରେ ନିବେଶକଙ୍କୁ ବଣ୍ଡ ଜାରି କରାଯିବ । ଯଦି ଆପଣ ଏହି ସରକାରୀ ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସୁନା ମୂଲ୍ୟ ଘୋଷଣା କରାଯିବ । ତେବେ ଅନଲାଇନରେ ନିବେଶକମାନେ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ବା ୧୦ ଗ୍ରାମ ପ୍ରତି ୫୦୦ ଟଙ୍କାର ରିହାତି ପାଇବେ । ଏହି ସ୍କିମ ବିଷୟରେ ଅଧିକ ଜାଣିବା ପାଇଁ https://www.rbi.org.in/scripts/BS_PressReleaseDisplay.aspx?prid=49665 ଲିଙ୍କ ଫଲୋ କରନ୍ତୁ ।

Get real time updates directly on you device, subscribe now.