fbpx

ଖୁସି ଖବର! ଶସ୍ତାରେ କିଣନ୍ତୁ IPhone ନୂଆ ଫୋନ୍… କମ୍ ଦାମରେ ବିକ୍ରି ହେଉଛି ଏହିସବୁ ମଡେଲ

Advertisement

ଓଡିଶା ଭାସ୍କର: ଆପଲ କମ୍ପାନୀର ଆଇଫୋନକୁ ଆଜିକାଲି ପ୍ରତ୍ୟେକ ବର୍ଗର ବ୍ୟକ୍ତି ବ୍ୟବହାର କରିବାକୁ ବେଶ ପସନ୍ଦ କରୁଛନ୍ତି । ଏହି ଲୋକପ୍ରିୟ ଫୋନର ଦାମ ମଧ୍ୟ ବହୁତ ହୋଇଥାଏ । ଅଧିକ ଉଚ୍ଚା ରେଟ ହୋଇଥିବାରୁ କିଣିବାର ଆଗ୍ରହ ଥିଲେ ମଧ୍ୟ କିଣିବାକୁ ଅନେକ ଲେକ କୁଣ୍ଠାବୋଧ କରିଥାନ୍ତି । ତେଣୁ ଏବେ ଆପଲ କମ୍ପାନୀ କିଛି ମଡେଲ ଭଲ ରିହାତିରେ ମିଳୁଛି । ତେବେ ଆସନ୍ତୁ ଜାଣିବା କେଉଁ ମଡେଲ ଏବଂ କେଉଁ ୱେବସାଇଟରେ ଏହା ଉପଲବ୍ଧ ରହିଛି…

ଆମାଜନ ୱେବସାଇଟରେ ‘ଆଇଫୋନ ୧୩’ର ମୂଲ୍ୟ ରିହାତି ପରେ ୫୨ ହଜାର ୮୯୦ ଟଙ୍କାରେ ଉପଲବ୍ଧ ହୋଇଛି । ଯାହାର ପ୍ରକୃତ ମୂଲ୍ୟ ହେଉଛି ୫୯ ହଜାର ଟଙ୍କା ରହିଛି । ଏଥିରେ ଗ୍ରାହକ ୭ହଜାର ୧୦ ଟଙ୍କା ରିହାତି ପାଇଛନ୍ତି । ସେହିପରି ଫ୍ଲିପକାର୍ଟରେ ‘ଆପଲ ୧୪ ପ୍ଲସ’ର ମୂଲ୍ୟ ଡିସକାଉଣ୍ଟ ହୋଇ ୬୧ ହଜାର ୯୯୯ ରହିଥିବା ବେଳେ ଏହାର ସଠିକ ମୂଲ୍ୟ ମାର୍କେଟରେ ୭୯ ହଜାର ୯ ଶହ ଟଙ୍କା ରହିଛି । ଏଥିରେ ଆପଣ ୧୭ ହଜାର ୯୦୧ ଟଙ୍କା ରିହାତି ପାଇବେ । ସେହିପରି ‘ଆଇଫୋନ ୧୫’ର ପ୍ରକୃତ ମୂଲ୍ୟ ୭୯ ହଜାର ୯୦୦ ଟଙ୍କା ରହିଥିବା ବେଳେ ରିହାତି ପରେ ଏହାର ମୂଲ୍ୟ ୬୭ ହଜାର ୯୯୯ ଟଙ୍କାକୁ ଖସିଆସିଛି ।

ସେହିପରି ୨୦୨୧ରେ ଲଞ୍ଚ ହୋଇଥିବା ‘ଆଇଫୋନ ୧୩’ ମଡେଲ ମଧ୍ୟ କମ ମୂଲ୍ୟରେ ବଜାରରେ ମିଳୁଛି । ଏହି ମୋବାଇଲରେ ଉନ୍ନତମାନର ଫିଚର ରହିବା ସହିତ ୬.୧ ଇଞ୍ଚ ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ରହିଛି । ୧୨ ମେଗାପିକ୍ସେଲ ଡୁଆଲ କ୍ୟାମେରା ସାଙ୍ଗକୁ ଲଙ୍ଗ ଲାଇଫ୍ ବ୍ୟାଟେରୀ ସହିତ ୫-ଜି ମୋଡ ନେଟୱାର୍କ ମଧ୍ୟ ଏହି ମଡେଲରେ ଉପଲବ୍ଧ ରହିଛି । ଏହା ସହିତ ଏ-୧୫ ବାୟୋନିକ ଚିପ୍ ମଧ୍ୟ ଏଥିରେ ଉପଲବ୍ଧକରାଇଛି କମ୍ପାନୀ । ଏହି ମୋବାଇଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ।

‘ଆଇଫୋନ ୧୫’ ମଧ୍ୟ ଏକ ଭଲ ଅତ୍ୟାଧୁନିକ ମଡେଲ ଭାବରେ ବଜାରରେ ଉପଲବ୍ଧ ହୋଇଛି । ଏହା ଆଇଫୋନର ଲାଟେଷ୍ଟ ମଡେଲ ହୋଇଥିବା ବେଳେ ଏଥିରେ ୬.୧ ମୋବାଇଲ ସହ ଏ-୧୬ ବାୟୋନିକ ଚିଫ ରହିଛି । ଏହାର ପ୍ରସେସର ବହୁତ ଭଲ ରହିଛି । ସେହିପରି ୪୮ ମେଗା ପିକ୍ସଲ କ୍ୟାମେରା ସହ ଏହାର ସ୍କ୍ରୋଲିଂ ସିଷ୍ଟମ ବହୁତ ଭଲ ରହିଛି । ଏହାର ସି ଟାଇପ ଚାର୍ଜ କେବୁଲ ରହୁଛି ।

ତେବେ ‘ଆଇଫୋନ ୧୪ ପ୍ଲସ’ ୧୩ ଏବଂ ୧୫ ଭିତରେ ମଧ୍ୟମ ଧରଣର ଫୋନ ରହିଛି । ଏହାର ସ୍କିନ ମଧ୍ୟ ଭଲ ରହିଛି । ୬.୭ ଡିସପ୍ଲେ ଏବଂ ଏ-୧୫ ବାୟୋନିକ ଚିପ ପାଇପାରିବେ ଗ୍ରାହକ । କ୍ୟାମେରା ‘ଆଇଫୋନ ୧୩’ ମଡେଲ ସହ ସମାନ ରହିଛି । ଏହି ଫୋନର କ୍ୟାମେରାରେ ନାଇଟ ମୋଡ ଫଟୋ ଭଲ ଆସିଥାଏ । ଏହି ମଡେଲର ବିଶେଷତ୍ୱ ହେଉଛି ତିନୋଟି ମଡେଲ ଭିତରୁ ଏହି ‘୧୪ ପ୍ଲସ’ ମଡେଲରେ ବ୍ୟାଟେରୀ ସବୁଠୁ ଅଧିକ ପର୍ଯ୍ୟନ୍ତ ଚାଲିଥାଏ । ତେବେ ଯେଉଁମାନେ ଏହି ଫୋନ କିଣିବାକୁ ଆଗ୍ରହୀ ଅଛନ୍ତି ତୁରନ୍ତ ଆମାଜନ ଏବଂ ଫ୍ଲିପକାର୍ଟରେ ଅନଲାଇନରେ ରିହାତିରେ କ୍ରୟ କରିପାରିବେ ।

Get real time updates directly on you device, subscribe now.