fbpx
BSKY SKY
BSKY SKY

ଗାଡ଼ି କିଣିବା ହୋଇପାରେ ଶସ୍ତା, ଅଟୋ ପାର୍ଟସ୍ ଉପରୁ ଜିଏସଟି କମାଇବା ନେଇ ଘୋଷଣା କରିପାରନ୍ତି ସୀତାରମଣ

BSKY

ନୂଆଦିଲ୍ଲୀ: ଆଜି କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ବଜେଟ୍ । ଏଥିରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇପାରେ । କରୋନା କାରଣରୁ ଦେଖାଦେଇଥିବା ଦୁର୍ବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ୍ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ମହାମାରୀ ଯୋଗୁଁ ଦରଦାମ୍ ବୃଦ୍ଧି ଓ ସେମିକଣ୍ଡକ୍ଟର୍ ଅଭାବ କାରଣରୁ ହନ୍ତସନ୍ତ ହେଉଥିବା ଅଟୋ ଇଣ୍ଡଷ୍ଟ୍ରୀକୁ ମଧ୍ୟ ଚଳିତ ଥର ବଜେଟରୁ ଅନେକ ଆଶା ରହିଛି ।

ଭାରତୀୟ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରିର ଅନ୍ୟତମ ବୃହତ୍ତମ ଆସୋସିଏସନ୍ ଅଟୋମୋବାଇଲ୍ କମ୍ପୋନେଣ୍ଟ୍ ଉତ୍ପାଦକ ସଂଘ ୟୁନିୟନ ବଜେଟ୍ ପାଇଁ ସରକାରଙ୍କୁ ଦେଇଥିବା ସୁପାରିଶରେ ସମସ୍ତ ଅଟୋ ପାର୍ଟସ୍ ରେ ୧୮% ଜିଏସ୍ଟି ହାର ଦାବି କରିଛି । ଅନୁସନ୍ଧାନ ଏବଂ ବିକାଶରେ ବିନିଯୋଗ ବୃଦ୍ଧି ପାଇଁ ରପ୍ତାନି ଦ୍ରବ୍ୟ ଉପରେ ଡ୍ୟୁଟି ଏବଂ ଟିକସ ଛାଡ ଅର୍ଥାତ୍ ଆରଓଡିଟିଇପି ହାର ବୃଦ୍ଧି କରିବାକୁ ସରକାରଙ୍କୁ କୁହାଯାଇଛି ।

Get real time updates directly on you device, subscribe now.