fbpx
BJD SKY
BJD SKY

୧ ଏପ୍ରିଲରୁ ଘର କିଣିବା ମହଙ୍ଗା ପଡ଼ିବ: ୨୫ % ପର୍ଯ୍ୟନ୍ତ ବଢ଼ିବ ଦାମ୍

BJD

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ନିଜ ସ୍ୱପ୍ନର ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । କାରଣ ଏପ୍ରିଲ ୧ରୁ ସେହି ଅଞ୍ଚଳରେ ଜାଗା କିଣିବା ମହଙ୍ଗା ହୋଇଯିବ, ଯେଉଁଠାରେ କଲେକ୍ଟରଙ୍କ ଗାଇଡଲାଇନଠାରୁ ଅଧିକ ହାରରେ ପଞ୍ଜୀକରଣ କରାଯାଉଛି । ତା’ମଧ୍ୟରେ ଏକ ଲକ୍ଷ ୧୦ ହଜାର ସ୍ଥାନରୁ ୬ ହଜାର ସମ୍ପତ୍ତି କିଣିବା ୫ ରୁ ୨୫ ପ୍ରତିଶତ ମହଙ୍ଗା ହେବ । ଏହି ପ୍ରସଙ୍ଗରେ ଦୀର୍ଘ ଦିନର ମନ୍ଥନ ପରେ କେନ୍ଦ୍ରୀୟ ମୂଲ୍ୟାଙ୍କନ ବୋର୍ଡ ଏହି ସ୍ଥାନଗୁଡିକରେ ମୋହର ଲଗାଇଛି ।

କେନ୍ଦ୍ରୀୟ ମୂଲ୍ୟାଙ୍କନ ବୋର୍ଡ ଅନୁସାରେ, ଭୋପାଳରେ ମୋଟ ୪୧୧୩ ଟି ସ୍ଥାନ ଥିବାବେଳେ ଇନ୍ଦୋରର ୪୭୫୦ ଟି ସ୍ଥାନରୁ ୭୪୫ ସ୍ଥାନରେ ସମ୍ପତ୍ତିର ମୂଲ୍ୟ ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସମସ୍ତ ଜିଲ୍ଲାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ମୂଲ୍ୟାଙ୍କନ ବୋର୍ଡ ଦ୍ୱାରା କଲେକ୍ଟର ନିର୍ଦ୍ଦେଶାବଳୀ ସ୍ଥିର କରିଛନ୍ତି । ତେବେ ଗାଇଡଲାଇନରେ ସ୍ଥିର ହୋଇଥିବା ହାରଠାରୁ ଅଧିକ ମୂଲ୍ୟରେ ଏହାକୁ ପଞ୍ଜିକରଣ କରିବା ହିଁ ରାଜ୍ୟରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେବାର କାରଣ ମୁଖ୍ୟ କାରଣ । ଏହା ବ୍ୟତୀତ ନୂତନ ପ୍ରକଳ୍ପ ଆସୁଛି ଓଏଥିପାଇଁ ତା ଚାରିପାଖରେ ସମ୍ପତ୍ତି କିଣିବା-ବିକିବା ବୃଦ୍ଧି ଘଟିଛି ଏବଂ ବିଦ୍ୟୁତ୍, ଜଳ ଏବଂ ପରିବହନ ପାଇଁ ନୂତନ ମାର୍ଗ ନିର୍ମାଣ କରାଯାଉଛି ।

Get real time updates directly on you device, subscribe now.