fbpx

ଚୈତ୍ର ନବରାତ୍ରି ବ୍ରତରେ କରନ୍ତୁ ଏହି ୧୦ ନିୟମର ପାଳନ: ପ୍ରସନ୍ନ ହେବେ ଜଗତ ଜନନୀ ମା ଦୁର୍ଗା

ଆସନ୍ତା ଏପ୍ରିଲ ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରିର ପବିତ୍ର ସମ୍ଭାର । ଏହି ଅବସରରେ ମା ଦୁର୍ଗାଙ୍କର ୯ ସ୍ୱରୂପାଙ୍କୁ ପୂଜା ଆରାଧନା କରାଯାଇଥାଏ । ନବରାତ୍ରି ପାଳନ କରୁଥିବା ଭକ୍ତମାନେ ଏପ୍ରିଲ ୧୧ ତାରିଖରେ ଏହାକୁ ଉଜାଇବେ । ଜଗତ ଜନନୀ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ସହ ମାଆଙ୍କ ଆଶିର୍ବାଦ ପ୍ରାପ୍ତ କରିବା ପାଇଁ ଏକ ଉତ୍ତମ ତିଥି ବୋଲି ବିଚାର କରାଯାଇଥାଏ । ତେବେ ଯଦି ଆପଣଆସନ୍ତା ଚୈତ୍ର ନବରାତ୍ରିରେ ମାଆଙ୍କ ପାଇଁ ବ୍ରତ ରଖିବାକୁ ଚାହାନ୍ତି, ତେବେ ଏହାର କିଛି ନିୟମକୁ ଆପଣ ଭଲ ଭାବରେ ଜାଣି ନିଅନ୍ତୁ । ନିୟମ ଅନୁସାରେ ବ୍ରତ କରିବା ଏବଂ ବିଧିକୁ ପାଳନ କରିବା ଦ୍ୱାରା ଚୈତ୍ର ନବରାତ୍ରିର ବ୍ରତ ସଫଳ ହୋଇଥାଏ ।

୧- ଚୈତ୍ର ନବରାତ୍ରିର ପ୍ରଥମ ଦିନ ଅର୍ଥାତ ଚୈତ୍ର ଶୁକ୍ଳ ପ୍ରତିପଦାକୁ କଳସ ସ୍ଥାପନା ବା ଘଟସ୍ଥାପନା କରିବା ଉଚିତ । କଳସ ସ୍ଥାପନା କରିବା ଦ୍ୱାରା ଆମେ ମାତା ଦୁର୍ଗାଙ୍କର ଆବାହନ କରିଥାନ୍ତି ।
୨- କଳସ ନିକଟରେ ଏକ ପାତ୍ରରେ ମାଟି ଭରି ସେଥିରେ ବାର୍ଲି ବୁଣନ୍ତୁ । ଏହାକୁ ନିୟମିତ ପାଣି ଦିଅନ୍ତୁ । ଏହାର ଅଭିବୃଦ୍ଧି ଆଧାରରେ ଆପଣ ଏହି ବର୍ଷର ସମ୍ପୃକ୍ତ ଚିହ୍ନଗୁଡିକ ପାଇପାରିବେ ।
୩- ଘରେ ମା ଦୁର୍ଗାଙ୍କ ଧ୍ୱଜ ଲଗାଉଥିଲେ ଏହାକୁ ପ୍ରତି ଚୈତ୍ର ନବରାତ୍ରିରେ ପରିବର୍ତ୍ତନ କରନ୍ତୁ ।
୪- ନବରାତ୍ରିର ୯ ଦିନ ଉପବାସ ନ ରହି ପାରିଲେ ଆପଣ ପ୍ରଥମ ଏବଂ ଶେଷ ଦିନରେ ଉପବାସ ରହି ବ୍ରତଧାରର କରିପାରିବେ ।
୫- ନବରାତ୍ରି ସମୟରେ କଳସ ନିକଯରେ ଅଖଣ୍ଡ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ ।ଏହା ସହିତ ଦୀପର ପବିତ୍ରତା ଉପରେ ମଧ୍ୟ ଧ୍ୟାନ ରଖିବା ଉଚିତ ।
୬- ନବରାତ୍ରି ସମୟରେ ମା ଦୁର୍ଗାଙ୍କ ସପ୍ତଶତୀର ପାଠ କରନ୍ତୁ । ଆପଣ ନିଜେ ଏହାକୁ କରି ନ ପାରିଲେ କୌଣସି ପଣ୍ଡିତଙ୍କୁ ଏହା ପାଠ କରିବା ପାଇଁ ଅନୁରୋଧ କରନ୍ତୁ ।
୭- ନବରାତ୍ରିରେ ଲାଲ ବସ୍ତ୍ର ଏବଂ ଲାଲ ରଙ୍ଗର ଆସନର ବ୍ୟବହାର କରନ୍ତୁ ।
୮- ନବରାତ୍ରି ପୂଜା ସମୟରେ ମାଆଙ୍କୁ ଲବଙ୍ଗ ଭୋଗ ଲଗାନ୍ତୁ । ତୁଳସୀ କିମ୍ବା ଦୁର୍ବା ଅର୍ପଣ କରନ୍ତୁ ନାହିଁ ।
୯- ନବରାତ୍ରି ସମୟରେ ସକାଳ ଏବଂ ସନ୍ଧ୍ୟା ସମୟରେ ନିୟମିତ ଆରତୀ କରିବାକୁ ଭୁଲନ୍ତୁ ନାହିଁ ।
୧୦- ମା ଦୁର୍ଗାଙ୍କୁ ମନ୍ଦାର ଫୁଲ ଖୁବ ପସନ୍ଦ ହୋଇଥାଏ । ତେଣୁ ପୂଜା ସମୟରେ ଏହାକୁ ମାଆଙ୍କୁ ପ୍ରଦାନ କରିବା ଉଚିତ । ତେବେ ଏହାବ୍ୟତୀତ ଆପଣ ଲାଲ ରଙ୍ଗର ଅନ୍ୟ ପୁଲ ମଧ୍ୟ ମାଆଙ୍କୁ ଅର୍ପଣ କରିପାରିବେ ।

Get real time updates directly on you device, subscribe now.