fbpx

ରଣନୀତି କରୁଛି ‘ଟାଇଗର ଟିମ’: ଋଷ ତରଫରୁ ପରମାଣୁ ଆକ୍ରମଣ ହେଲେ କଣ କରିବ US?

ନୂଆଦିଲ୍ଳୀ: ୟୁକ୍ରେନ ବିରୁଦ୍ଧରେ ଆଶାନୁରୂପ ସଫଳତା ନ ମିଳିବାରୁ ରାଗରେ ଜର୍ଜରିତ ହୋଇ ଉଠିଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ଏମିତି ପରିସ୍ଥିତିରେ ସେ ଏକ ବିରାଟ ପଦକ୍ଷେପ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏପରିକି ପରମାଣୁ ଆକ୍ରମଣ ଭଳି ଭୟଙ୍କର ପଦକ୍ଷେପ ମଧ୍ୟ ନେଇ ପାରନ୍ତି । ଏହାର ପୂର୍ବାନୁମାନ କରି ସତର୍କ ହେଉଛି ଆମେରିକାର “ଟାଇଗର ଟିମ’ । ଯୁଦ୍ଧରେ ଋଷ ତରଫରୁ ରାସାୟନିକ, ଜୈବିକ କିମ୍ବା ଆଣବିକ ଅସ୍ତ୍ର ବ୍ୟବହାର କଲେ ଆମେରିକା ଏହାର କି ଉତ୍ତର ଦେବ, ସେ ନେଇ ଜୋ ବାଇଡେନ ଏହି ଦଳକୁ ଦାୟିତ୍ୱ ଦେଇଛନ୍ତି ।

ୟୁକ୍ରେନ ବିରୁଦ୍ଧରେ ଋଷ ଆକ୍ରମଣର ୪ ଦିନ ପରେ ହିଁ ଏହି ଦଳକୁ ଗଠନ କରିଥିଲା ଆମେରିକା । ସେବେଠୁ ପ୍ରତି ସପ୍ତାହ ୩ ଟି ବୈଠକ କରୁଛି ଏହି ଦଳ । ଏହାର ଅର୍ଥ ଆମେରିକାର ବିଶ୍ୱାସ ଯେ, ଋଷ ୟୁକ୍ରେନ ଉପରେ ବିଜୟ ହାସଲ ପାଇଁ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ । ୟୁକ୍ରେନ ଉପରେ ପାଖାପାଖି ଏକ ମାସ ହେବ ଆକ୍ରମଣ ଜାରି ରଖିଛି ଋଷ ସେନା । କିନ୍ତୁ ଏବେ ପର୍ଯ୍ୟନ୍ତ ଆଶାନୁରୂପ ସଫଳତା ପାଇ ପାରିନାହିଁ । ଯାହାଫଳରେ ପୁତିନ କିଛି ବଡ ନିଷ୍ପତ୍ତି ନେବାର ସମ୍ଭାବନା ଦିନକୁ ଦିନ ବଢିବାରେ ଲାଗିଛି ।

Get real time updates directly on you device, subscribe now.